କନକ ବ୍ୟୁରୋ: ବିହାରରେ ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଦିନ ଦ୍ୱିପହରରେ ସାମ୍ବାଦିକଙ୍କୁ ଘର ସାମ୍ନାରେ ହତ୍ୟା । ସାମ୍ବାଦିକ ବିମଲ ଯାଦବଙ୍କୁ ଗୁଳିମାଡ଼ କରି ହତ୍ୟା ପରେ ବିରୋଧାଭାଷ ତେଜିଛି । ବିଜେପି ତରଫରୁ ବିହାରରେ ଜଙ୍ଗଲରାଜ ଚାଲିଛି ବୋଲି କୁହାଯାଇଛି । ଏହି ଘଟଣାରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି । ଶୁକ୍ରବାର ଭୋରରୁ ସାମ୍ବାଦିକଙ୍କ ଘରକୁ ୪ଜଣ ଦୁବୁର୍ତ ପହଁଚିଥିଲେ ଓ ତାଙ୍କ କବାଟକୁ ବାଡେଇଥିଲେ । କବାଟ ଖୋଲିବା ପରେ ବିମଳଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ ଦୁର୍ବୁତ୍ତ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅଧିକ ତଦନ୍ତ ପୋଲିସ୍ ଜାରି ରଖିଛି । ସେହିପରି ମୃତ ସାମ୍ବାଦିକଙ୍କ ପିତାଙ୍କ ତରଫରୁ ୮ ଜଣଙ୍କ ନାଁରେ ମାମଲା ଦାୟର କରାଯାଇଛି । ୪ ବର୍ଷ ପୂବେôର୍ ସାମ୍ବାଦିକଙ୍କ ଭାଇଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା ।

Advertisment