କନକ ବ୍ୟୁରୋ : ସାରା ରାଜ୍ୟର ନଜରରେ ଥିବା ମହାଙ୍ଗାର ଡବଲ୍ ମର୍ଡର ଘଟଣା କେମିତି ଘଟିଥିଲା, କେଉଁ ସବୁ ଅସ୍ତ୍ର ବ୍ୟବହାର ହୋଇଥିଲା ଏବଂ କିଭଳି ହତ୍ୟାକାଣ୍ଡକୁ ଚୁଡ଼ାନ୍ତ ରୂପ ଦିଆଯାଇଥିଲା?ଏହି ସବୁ ପ୍ରଶ୍ନର ଉତର ଖୋଜିିବା ପାଇଁ ଜଣେ ଅଭିଯୁକ୍ତଙ୍କୁ ଧରି ଘଟଣାର ରିକ୍ରିୟସନ୍ କରିଛି ପୁଲିସ୍ । ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣୀ ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାରେ ବ୍ୟବହୃତ ହୋଇଥିବା ଖଣ୍ଡା ମଧ୍ୟ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି ।
ହତ୍ୟାକାଣ୍ଡର ମାତ୍ର ୪୮ ଘଂଟା ଭିତରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍ । ମୁଖ୍ୟ ଅଭିଯୁକ୍ତ ପଂଚାନନ ସେଠୀ, ଅଭିଯୁକ୍ତ ଅରବିନ୍ଦ ଖଟୁଆ, କ୍ଷୀତିଶ ଆଚାର୍ଯ୍ୟ ଏବଂ ଲଳିତମୋହନ ବରାଳଙ୍କୁ ଗିରଫ କରିବା ସହ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ହାଇଥିବା ଖଣ୍ଡା, ଲାଠି, ୨ଟି ବାଇକ୍, ୪ଟି ମୋବାଇଲକୁ ଜବତ କରିଛି ପୁଲିସ୍ । ହତ୍ୟାକାଣ୍ଡର କାରଣ ସମ୍ପର୍କରେ କଟକ ଗ୍ରାମାଂଚଳ ଏସ୍ପି କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ ମଧ୍ୟ ତଦନ୍ତ ଜାରି କରିଥିବା କହିଛନ୍ତି ।
ହତ୍ୟାକାଣ୍ଡକୁ ନେଇ ଗୋଟିଏ ପଟେ ତଦନ୍ତ ଚାଲିଥିବା ବେଳେ ଆଉ ଗୋଟିଏ ପଟେ ରାଜନୀତି ଜୋରଦାର ହୋଇଛି । ମନ୍ତ୍ରୀଙ୍କ ବହିଷ୍କାର ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟ । ଦଳର ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟର ବିଭିନ୍ନ ଥାନା ଆଗରେ ବିକ୍ଷୋଭ କରାଯାଇଛି । ଭୁବନେଶ୍ୱର ଓ କଟକରେ ଦଳ ପକ୍ଷରୁ ବିଶାଳ ରାଲି କରାଯାଇ, ହତ୍ୟାକାଣ୍ଡ ପାଇଁ ଶାସକ ଦଳର ନେତାଙ୍କୁ ଦାୟୀ କରିଥିବା ବେଳେ ବିଜେଡି କହିଛି-ରାଜନୀତି କରୁଛି ବିଜେପି ।
ଏପଟେ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ସାମ୍ନାରେ ରଖି ରାଜ୍ୟର ଆଇନ୍ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ସାମ୍ନାରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି କଟକ ଓ ଭୁବନେଶ୍ୱରରେ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି ।
ରାଜନୀତିର ଏହି ପ୍ରତିବାଦ ଭିତରେ କିନ୍ତୁ ବିଜେପି ନେତା କୂଳମଣୀ ବରାଳ ଏବଂ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ୪ ଜଣକୁ ଗିରଫ କରିଛି ପୁଲିସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/vlcsnap-2021-01-05-20h13m46s194.png)