ସାଢ଼େ ୪ କେଜି ଧଳା ଜହର ଜବତ । ରାଜଧାନୀ ଛାତି ଉପରୁ ବ୍ରାଉସୁଗାର ଜବତ କରିବା ସହ ୩ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ, ପ୍ରଥମଥର ପାଇଁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ବୋଲି କହିଲେ ଡିଜିପି ।
କନକ ବ୍ୟୁରୋ: ରାଜଧାନୀର ଛାତି ଉପରୁ ଧଳା ଜହର ଜବତ । ଏସଟିଏଫ ଦ୍ୱାରା ୪ କେଜି ୪୮୦ ଗ୍ରାମ୍ ବ୍ରାଉନସୁଗାର ହେଲା ଜବତ । ରସୁଲଗଡ଼ ଅଞ୍ଚଳରୁ ବ୍ରାଉନସୁଗାର ଜବତ ସହ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ତେବେ ସବୁଠାରୁ ବଡ଼ କଥା ହେଲା କି, ପୂର୍ବରୁ ଏକାଥରେ ଏତେ ପରିମାଣର ବ୍ରାଉନସୁଗାର କେବେ ଜବତ ହୋଇନଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଡିଜିପି ।
ସାମ୍ବାଦିକ ସମ୍ମିଳନୀରେ ଡିଜିପି କହିଛନ୍ତି, ଏସଟିଏଫ ଦ୍ୱାରା ୪ କିଲୋ ୪୮୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ ହୋଇଛି। ଏହି ଘଟଣାରେ ରସୁଲଗଡ଼ ଅଞ୍ଚଳରୁ ୩ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଏତେ ପରିମାଣରେ ବ୍ରାଉନ୍ସୁଗାର ଏକକାଳୀନ ଜବତ ହେବା ନୂଆଁ ଘଟଣା। ଚଳିତ ବର୍ଷ ବିଭିନ୍ନ ସମୟରେ ୧୨.୨୫ କିଲୋ ବ୍ରାଉନ୍ ସୁଗାର ଜବତ ହୋଇସାରିଛି। ଧଳା ଜହର କାରବାର ସହିତ ଜଡ଼ିତ ୧୯ଟି ମାମଲା ରୁଜୁ କରାଯାଇଥିବା ବେଳେ ୩୯ ଜଣ ଗିରଫ ହୋଇଛନ୍ତି ।
ତେବେ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବଢ଼ିବାରେ ଲାଗିଛି । ବାଲେଶ୍ୱର ଅଂଚଳରୁ ବ୍ରାଉନସୁଗାର ଯୋଗାଣ ହେଉଥିବା କୁହାଯାଉଛି । ଦୁଇ ତିନ ବର୍ଷ ପୂର୍ବରୁ କେବଳ ଲକ୍ଷ୍ମୀସାଗର ଅଂଚଳରେ ଏହି ଧଳା ଜହର ବ୍ୟବସାୟ ଚାଲୁଥିବା ବେଳେ ଏବେ କିନ୍ତୁ ରାଜଧାନୀର ଗଳି କନ୍ଦିରେ ମଧ୍ୟ ଏହା ମିଳୁଥିବା ଅଭିଯୋଗ ହେଉଛି। କୁହାଯାଉଛି ଯେ, ଫୋନ୍ କଲେ ବି ଠିକଣାସ୍ଥାନରେ ବ୍ରାଉନସୁଗାର ମିଳିଯାଉଛି ।
Comments are closed.