ତୃତୀୟ ଲହରକୁ ନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା : ଯଦି ଭାଇରସ୍ ରୂପ ବଦଳାଏ ତାହାଲେ ପ୍ରଭାବ ଅଧିକ ରହିବ

ଯଦି ଭାଇରସ୍ ରୂପ ନ ବଦଳାଏ ତାହାଲେ ଏତେ ପ୍ରଭାବ ରହିବ ନାହିଁ; ବିଭିନ୍ନ ମଡେଲ ଭିନ୍ନ ଆକଳନ କରୁଛନ୍ତି

140

କନକ ବ୍ୟୁରୋ : ରାଜ୍ୟରେ ତୃତୀୟ ଲହର ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ସେ କହିଛନ୍ତି ତୃତୀୟ ଲହର ଆସିଲେ ବି ଦ୍ୱିତୀୟ ଲହର ଭଳିଆ ନହୋଇପାରେ । ଯଦି ଭାଇରସ ରୂପ ବଦଳାଏ ତାହା ହେଲେ ପ୍ରଭାବ ଅଧିକ ରହିବ, ଯଦି ରୂପ ନବଦାଳଏ ତେବେ ପ୍ରଭାବ ଏତେ ରହିବ ନାହିଁ । ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । କେଉଁ ମଡେଲ କହୁଛି ଦେଶରେ ଦିନକୁ ୪ରୁ ୫ଲକ୍ଷ ପଜିଟିଭ ଚିହ୍ନଟ ହେବ । ଆଉ କେଉଁ ମଡେଲ କହୁଛି କି ଏତେ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଆଇଆଇଟି କାନପୁର ସୂତ୍ର ମଡେଲ କହୁଛି ଓଡ଼ିଶାରେ ତୃତୀୟ ଲହର ବିଶେଷ ପ୍ରଭାବ ରହିବ ନାହିଁ । କିନ୍ତୁ ମଡେଲ ଯାହା କହୁ ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ସିବିକେ ମହାନ୍ତି ।

ଏହା ସହ ସେ କହିଛନ୍ତି ଯେ, କଟକ ଏସସିବିରେ ଏକମୋ ଚିକିତ୍ସା ଆସନ୍ତା ୨୭ତାରିଖରେ ଆରମ୍ଭ ହେବ। ପୂର୍ବ ଭାରତରେ ସରକାରୀ ଭାବେ ଏହା ହେବ ସବୁଠାରୁ ବଡ଼ ୟୁନିଟ । ଗତକାଲି ଏନେଇ ଏସସିବି ମେଡିକାଲରେ ସମୀକ୍ଷା କରାଯାଇଛି। ଏସସିବିରେ ସମୁଦାୟ ୯ଟି ଇକୋମୋ ମେସିନ ରହିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି।