ହେଡିଂଲେରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ : ୭୮ ରନରେ ଅଲଆଉଟ ଟିମ୍ ଇଣ୍ଡିଆ

128

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ । ଘରୋଇ ପେସ୍ ବାହିନୀଙ୍କ ସାମ୍ନା କରିବାରେ ବିଫଳ ହୋଇଛି ଭାରତୀୟ ଦଳ । ପ୍ରଥମ ଇନିଂସରେ ମାତ୍ର ୭୮ ରନ୍ କରି ଅଲ୍ଆଉଟ୍ ହୋଇଛି । କେବଳ ରୋହିତ ଶର୍ମା ଓ ଆଜ୍ୟଙ୍କ ରାହାଣେଙ୍କୁ ଛାଡି ଦେଲେ ଅନ୍ୟ କେହି ଦୁଇ ଅଙ୍କ ଛୁଇଁପାରିନଥିଲେ । ପ୍ରଥମ ଓଭରରେ ଲୋକେଶ ରାହୁଲ କୌଣସି ରନ୍ ନକରି ଆଉଡଟ୍ ହୋଇଥିଲେ । ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା ମଧ୍ୟ ଫେଲ ମାରିଥିଲେ ।

ପୂଜାରା ୧ ରନ୍ ଓ ପରେ ଅଧିନାୟକ ବିରାଟ କୋହଲୀ ୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ୨୧ ରନ୍ ବେଳକୁ ଭାରତ ହରାଇଥିଲା ୩ଟି ୱିକେଟ୍ । ଓପନର ରୋହିତ ଶର୍ମାଙ୍କ ସହ ଆଜିଙ୍କ୍ୟ ରାହାଣେ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ଉଭୟ ଦଳୟ ସ୍କୋରକୁ ୫୬କୁ ନେଇଥିଲେ । ୧୮ ରନ୍ କରି ଆଉଟ୍ ହୋଇଥିଲେ ରାହାଣେ । ଏହା ପରେ ଋଷଭ ପନ୍ଥ ୨ ଓ ରୋହିତ ଶର୍ମା ୧୯ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ପ୍ରଥମ ଇନିଂସରେ ଇଂଲଣ୍ଡ କୌଣସି ୱିକେଟ୍ ନହରାଇ ୧୨୦ ରନ୍ ସଂଗ୍ରହ କରିଛି ।