ଆଜିଠାରୁ ଭାରତ ଇଂଲଣ୍ଡ ତୃତୀୟ ଟେଷ୍ଟ : ଲର୍ଡସରେ ନାଟକୀୟ ବିଜୟ ସହ ୧-୦ରେ ଆଗୁଆ ରହିଛି ଭାରତ

ଆହତ ସମସ୍ୟା ଭିତରେ ଘରୋଇ ଇଂଲଣ୍ଡ ଶୃଙ୍ଖଳାରେ ପ୍ରତ୍ୟାବର୍ତ୍ତନ କରିବାକୁ ଆଶାବାଦୀ

164

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ  । ଲର୍ଡସରେ ନାଟକୀୟ ବିଜୟ ହାସଲ ପରେ କୋହଲୀଙ୍କ ଦଳ ତୃତୀୟ ଟେଷ୍ଟ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ  । ୧-୦ରେ ଭାରତ ଆଗୁଆ ଥିବାରୁ ସିରିଜରେ ନିଜର ପ୍ରାଧାନ୍ୟ ଜାରି ରଖିବାକୁ ଚେଷ୍ଟା କରିବ  । ଅନ୍ୟପଟେ ଆହତ ସମସ୍ୟା ଦେଇ ଗତି କରୁଥିବା ଘରୋଇ ଦଳ ସିରିଜରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବ । ପ୍ରଥମ ଦୁଇଟି ଟେଷ୍ଟରେ ଭାରତ ସବୁ ଦିଗରୁ ଚାପ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା । ଶୀର୍ଷ ଓ ମଧ୍ୟ କ୍ରମ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ଦଳ ବିଜୟୀ ହୋଇଥିଲା ।

୨୦୧୯ ନଭେମ୍ବର ପରଠାରୁ ବିରାଟ କୋହଲୀଙ୍କ ବ୍ୟାଟରୁ ଅନ୍ତର୍ଜାତୀୟ ଶତକ ଦେଖିବାକୁ ମିଳିନାହିଁ । ପ୍ରଥମ ଦୁଇ ଟେଷ୍ଟରେ କୋହଲୀ ଅଫଷ୍ଟମ୍ପ ବଲକୁ ଠିକ୍ ଭାବେ ଖେଳିନପାରି ନିରାଶ କରିଥିଲେ  । ଓପନିଂ ଯୋଡି ରୋହିତ ଶର୍ମା ଓ କେଏଲ୍ ରାହୁଲ ଭଲ ପ୍ରଦର୍ଶନ କରୁଛନ୍ତି । ଭଲ ଆରମ୍ଭ ଦେଉଥିବାରୁ ଦଳର ମୂଳଦୁଆ ପଡୁଛି । ଅନ୍ୟପଟେ ଇଂଲଣ୍ଡ ଏହାର ବ୍ୟାଟିଂ ଲାଇନକୁ ସଜାଡିବା ପାଇଁ ଧଳାବଲ ବିଶେଷଜ୍ଞ ଦାୱିଦ ମଲାନଙ୍କୁ ଡାକିବା ଯୋଜନା କରିଛି  ।