କନକ ବ୍ୟୁରୋ: କିଏ ହାତେଇବ ଟି-ଟ୨୦ ସିରିଜ୍ । ଆଉ କିଛି ସମୟ ପରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ । ଶୃଙ୍ଖଳାର ୩ୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ପାଇଁ ନାଗପୁରସ୍ଥିତ ବିସିଏ ଷ୍ଟାଡିୟମରେ ହାଇଭୋଟେଜ୍ ଲଢ଼େଇ । ପ୍ରଥମ ଟ୍ୱି-୨୦ ମୁକାବିଲାରେ ବାଂଲାଦେଶ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା । ତେଣୁ ଦୁଇ ଦଳ ପାଇଁ ତୃତୀୟ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇପାରେ ।
ଅଧିନାୟକ ରୋହିତ ଶର୍ମାଙ୍କୁ ଶୃଙ୍ଖଳା ଜିତିବାକୁ ହେଲେ ଅନ୍ତିମ ମୁକାବିଲାରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଅପରପକ୍ଷେ ବାଂଲାଦେଶ ମଧ୍ୟ ଶୃଙ୍ଗଳା ଜିତିବା ପାଇଁ ରଣନୀତି ପ୍ରସ୍ତୁତ କରିପାରେ । ଦ୍ୱିତୀୟ ଟି-୨୦ରେ ଭାରତ ଯଦିଓ ମ୍ୟାଚ ଜିତିଥିଲା, ତଥାପି ଦଳର କିଛି ତ୍ରୁଟି ରହିଥିଲା । ଖଲିଲ ଅହମଦ ଭଲ ବୋଲିଂ କରିଥିଲେ ବି ନିଜର କମ୍ ଅଭିଜ୍ଞତା ଟିମ ପାଇଁ କିଛି ପରିମାଣରେ ଅସୁବିଧା ସୃଷ୍ଟି କରିଥିଲା । ତେଣୁ ଆଶା କରାଯାଉଛି ଯେ, ଶାର୍ଦ୍ଦୁଲ ଠାକୁରଙ୍କୁ ଶେଷ ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/EIxv7hYU4AA0Oj5.jpg)