ଆସନ୍ତାକାଲି ଶେଷ ଟି-ଟ୍ୱେଣ୍ଟି ! କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ।

Advertisment
ଆସନ୍ତାକାଲି ଶେଷ ଟି-ଟ୍ୱେଣ୍ଟି ! କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ।

image courtesy - www.dnaindia.com

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍ ରବିବାର ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଆଗୁଆ ଶୃଙ୍ଖଳା କବଜା କରିସାରିଥିବା ଘରୋଇ ଭାରତୀ ଶେଷ ମ୍ୟାଚ୍ ପାଇଁ ଦଳରୁ ଦୁଇ ପ୍ରମୁଖ ଦ୍ରୁତ ବୋଲର ଉମେଶ ଯାଦବ ଓ ଯଶପ୍ରୀତ୍ ବୁମରାଙ୍କ ସହିତ ଚାଇନାମ୍ୟାନ୍ ସ୍ପିନର କୁଲଦୀପ୍ ଯାଦବଙ୍କୁ ବିଶ୍ରାମ ଦେଇଛି। ଆଗକୁ ଗୁରୁତ୍ବପୂର୍ଣ୍ଣ ଅଷ୍ଟ୍ରେଲିଆ ଗସ୍ତକୁ ଦୃଷ୍ଟିରେ ରଖି ଏହି ୩ ଜଣଙ୍କୁ ବିଶ୍ରାମ ଦିଆଯାଇଥିବା ଦଳୀୟ କର୍ତ୍ତୃପକ୍ଷ କହିଛନ୍ତି। 

publive-imageଅଷ୍ଟ୍ରେଲିଆ ଗସ୍ତରେ ଭାରତ ଆସନ୍ତା ୨୧ ତାରିଖରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ବ୍ରିସ୍ବେନରେ ଖେଳିବ। ତେଣୁ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଓ ତାଜା ରହିବା ପାଇଁ ତିନି ପ୍ରମୁଖ ବୋଲରଙ୍କୁ ବିଶ୍ରାମ ଦିଆଯିବାର ନିଷ୍ପତ୍ତି ନିଆଯାଇଛି ବୋଲି ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) କାର‌୍ୟ୍ୟକାରୀ ସଂପାଦକ ଅମିତାଭ ଚୌଧୁରୀ କହିଛନ୍ତି। ଗତ ଦୁଇଟି ମ୍ୟାଚରେ କୁଲ୍ଦୀପ୍ ମୋଟ ୫ ଓ ବୁମରା ୩ ୱିକେଟ୍ ଅକ୍ତିଆର କରିଥିଲେ। 

ସେହିପରି ପ୍ରଥମ ମ୍ୟାଚ୍ ଖେଳିବା ପରେ ଉମେଶଙ୍କୁ ଦ୍ବିତୀୟ ମ୍ୟାଚରୁ ବାଦ୍ ଦିଆଯାଇଥିଲା। ସେହି ମ୍ୟାଚରେ ଉମେଶ ଗୋଟିଏ ୱିକେଟ୍ ପାଇଥିଲେ। ତେବେ ମନୋନୟନକର୍ତାମାନେ ତୃତୀୟ ମ୍ୟାଚ୍ ପାଇଁ ଶୁକ୍ରବାର ଘୋଷିତ ଦଳରେ ପଞ୍ଜାବ ଦ୍ରୁତ ବୋଲର ସିଦ୍ଧାର୍ଥ କୌଲଙ୍କୁ ସାମିଲ କରିଛନ୍ତି। ଚଳିତ ବର୍ଷ ଜୁନରେ ଡବଲିନରେ ଆୟର୍ଲାଣ୍ଡ୍ ବିପକ୍ଷରେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ପଦାର୍ପଣ କରିଥିବା କୌଲ ମାତ୍ର ୨ଟି ମ୍ୟାଚ୍ ଖେଳିଛନ୍ତି। ଭାରତୀୟ ଦଳ ଆସନ୍ତାକାଲି ଚେନ୍ନାଇ ପହଞ୍ଚିବ। ଏହି ମ୍ୟାଚରେ ଦଳରେ ପୂର୍ବରୁ ରହିଥିବା ଅଲରାଉଣ୍ଡର ୱାସିଂଟନ୍ ସୁନ୍ଦର ଓ ଶ୍ରେୟସ ଆୟର ଖେଳିବା ପ୍ରାୟତଃ ନିଶ୍ଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe