କନକ ବ୍ୟୁରୋ : ଆସୁଛି ଧାମନଗର ଉପ-ନିର୍ବାଚନ ଫଳାଫଳ । ପ୍ରଥମ ରାଉଣ୍ଡ, ଦ୍ୱିତୀୟ ରାଉଣ୍ଡ ଭଳି ତୃତୀୟ ରାଉଣ୍ଡରେ ବି ଆଗରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ । ମୋଟ ୩ଟି ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୨୦୩୩ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି ସୁରଜ ସୂର୍ଯ୍ୟବଂଶୀ ।
୩ଟି ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୧୦ହଜାର ୮୫୯ ଖଣ୍ଡ ଭୋଟ ମିଳିଥିବା ବେଳେ ସୁରଜ ସୂର୍ଯ୍ୟବଂଶୀଙ୍କୁ ୧୨ହଜାର ୮୯୨ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ୪୨୭, ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କୁ ହଜାରେ ୯୨ ଖଣ୍ଡ ଭୋଟ ମିଳିଥିବା ବେଳେ ନୋଟାରେ ପଡିଛି ୭୯ ଖଣ୍ଡ ଭୋଟ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗରେ ରହିଥିବା ବେଳେ ବିଜେପି ଶିବିରରେ ଉତ୍ସାହ ଖେଳି ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/DHAMANAGAR_3.jpg)