କନକ ବ୍ୟୁରୋ : ସରିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଦିନ ଗୋଟାଏ ସୁଦ୍ଧା ୬୨ ପ୍ରତିଶତ ମତଦାନ ହୋଇଛି । ତେବେ ଅପରାହ୍ନ ୧ଟା ପରେ ଯେଉଁମାନେ ବୁଥ୍ ଭିତରେ ରହିଛନ୍ତି କେବଳ ସେହିମାନଙ୍କୁ ଭୋଟ ଦେବାକୁ ସୁଯୋଗ ମିଳିବ । ତୃତୀୟ ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ଟି ବ୍ଲକର ୧୭୧ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ଭୋଟ୍ ଗ୍ରହଣ ହୋଇଛି । ୧୩୮୨ଟି ଗ୍ରାମପଂଚାୟତ ଓ ୧୮ ହଜାର ୪୯୫ଟି ୱାର୍ଡରେ ମଧ୍ୟ ନିର୍ବାଚନ ହୋଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୨୭୭୩ଟି ସମ୍ବେଦନଶୀଳ ବୁଥ୍ ରହିଛି । ଉତେଜନାପ୍ରବଣ ବୁଥରେ ଅଧିକ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି ।

Advertisment

ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ୨୪୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ୧୬୨୫ଟି ମୋବାଇଲ୍ ପାଟ୍ରୋଲିଂ ପାର୍ଟି ସହ ଜିଲ୍ଲା ପୋଲିସ ଅଧିକାରୀ ଓ ଫୋର୍ସ ମୁତୟନ କରାଯାଇଛି । ତୃତୀୟ ପର୍ଯ୍ୟାୟରେ ବଡ ବଡ ନେତାଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ମନ୍ତ୍ରୀ ଅରୁଣ ସାହୁ, ପ୍ରମିଳା ମଲ୍ଲିକ, ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହ, ବିଧାୟିକା ରୀତା ସାହୁ ଓ ବିଧାୟକ ସୁର ରାଉତରାୟ ।