ଆସନ୍ତା ସପ୍ତାହରୁ ଓଡିଶାରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ

98

କନକ ବ୍ୟୁରୋ: ଆସନ୍ତା ସପ୍ତାହରୁ ଓଡିଶାରେ ଆରମ୍ଭ ହେବ ଭାରତ ବାୟୋଟେକର କୋରନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ । ସାରା ଦେଶରେ ପ୍ରାୟ ଅଢେଇ ହଜାର ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ ଏବଂ ସେଥି ମଧ୍ୟରୁ ଓଡିଶାରେ ପ୍ରାୟ ହଜାରେ ବ୍ୟକ୍ତିଙ୍କୁ ଏହି ଟିକା ପ୍ରୟୋଗ କରାଯାଇପାରେ ବୋଲି ସୂଚନା ମିଳିଛି । ତେବେ ଦେଶରେ ପ୍ରଥମ ଥର ପାଇଁ ଏକ ବଡ ଟିକା କରଣ କାର୍ଯ୍ୟକ୍ରମର ଆବଶ୍ୟକତା ପଡିଛି । କାରଣ ପୂର୍ବରୁ କେବେ ଏତେ ପରିମାଣ ଟିକା ଆବଶ୍ୟକ ହୋଇ ନଥିଲା ।

କେବଳ ଶିଶୁମାନଙ୍କୁ ୟୁନିଭର୍ସାଲ ଟିକା କରଣ ଯୋଜନାରେ ଟିକା ଦିଆଯାଉଥିଲା  । ଏଥିରେ ଜନସଂଖ୍ୟାର ପ୍ରାୟ ୫ ପ୍ରତିଶତଙ୍କ ପାଇଁ ଟିକାର ଆବଶ୍ୟକ ହେଉଥିଲା ।କିନ୍ତୁ କରୋନା ସଂକ୍ରମଣ ପ୍ରତିରୋଧ ପାଇଁ ୧୮ବର୍ଷରୁ ଅଧିକ ବ୍ୟକ୍ତିର ସବୁ  ନାଗରିକଙ୍କୁ ଏହି ଟିକା ଦିଆଯିବ । ତେଣୁ ଏହାର ଉତ୍ପାଦନ ବୃଦ୍ଧି କରିବା ଜରୁରୀ । ସେହି ଦୃଷ୍ଟିରୁ ଓଡିଶାରେ ଏହାର ପ୍ରସ୍ତୁତି କରିବାକୁ ହୋଇଥିବା ଘୋଷଣାକୁ ସ୍ୱାଗତ କରିଛନ୍ତି ଭ୍ୟାକ୍ସିନ ପ୍ରୋଗ୍ରାମର କ୍ଲିନିକାଲ୍ ମୁଖ୍ୟ ଡାକ୍ତର ଇ ଭେଙ୍କଟ ରାଓ ।