କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ଜନତା ମୈଦାନରେ ଚାଲିଥିବା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆଜି ତୃତୀୟ ଦିନ । ଅନ୍ତିମ ଦିନରେ ଆଜି ଭାଷା-ସାହିତ୍ୟର ପ୍ରଗତି ଓ ପ୍ରସାର ସଂକ୍ରାନ୍ତରେ ବିଭିନ୍ନ ଦିଗରେ ମାନସମନ୍ଥନ କରାଯିବ ।

ଆଜି ପୂର୍ବାହ୍ନରେ ‘୨୦୩୬ରେ ଓଡ଼ିଶା: ନବଦିଗନ୍ତର ସମ୍ଭାବନା’ ଶୀର୍ଷକରେ ଆଲୋଚନା କରାଯିବ । ସେହିପରି ଅପରାହ୍ମରେ ଏହି ଶୀର୍ଷକର ଦ୍ୱିତୀୟ ଅଧିବେଶନ ହେବ । ସେହିପରି ‘ସୂଚନା ପ୍ରଯୁକ୍ତିବିଦ୍ୟା ଯୁଗରେ ଓଡ଼ିଆ ଭାଷା’ ଏବଂ ‘ସଂସ୍କୃତି ଏବଂ ଐତିହ୍ୟ ରାଜ୍ୟରେ ସୂକ୍ଷ୍ମଶକ୍ତି’ ଶୀର୍ଷକରେ ଚର୍ଚ୍ଚା ହେବ । ସେହିପରି ‘ଅନୁବାଦ: ଓଡ଼ିଆରୁ ଏବଂ ଓଡ଼ିଆକୁ’ ଶୀର୍ଷକ ଏବଂ ‘ବିଜ୍ଞାନର ଭାଷା ଭାବେ ଓଡ଼ିଆ’ ଶୀର୍ଷକରେ ନିଜ ନିଜ ମତପ୍ରକାଶ କରିବେ ବିଶେଷଜ୍ଞ ।