ଆଜି ସରଗରମ ରହିପାରେ ବିଧାନସଭା । ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ କରିପାରନ୍ତି ବିରୋଧୀ-ଶାସକ ଦଳ ବିଧାୟକ । ସେପଟେ ଆଜି କାମଚଳା ବଜେଟକୁ ଅପେକ୍ଷା ।

78

କନକ ବ୍ୟୁରୋ: ଆଜି ବିଧାନସଭା ବଜେଟ୍ ଅଧିବେଶନର ଚତୁର୍ଥ ଦିନରେ ବି ସରଗରମ ରହିପାରେ ଗୃହକାର୍ଯ୍ୟ । ବିଭିନ୍ନ ପ୍ରସଙ୍ଗରେ ଗୃହରେ ହୋହଲ୍ଲା କରିପାରନ୍ତି ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟ । ଗତକାଲି ପରୀ ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକମାନେ ଗୃହରେ ନାରାବାଜି କରିଥିଲେ । ସେହିପରି ବିରୋଧୀ ବିଜେପି ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଥିଲା । ଗୃହରେ ଉଭୟ ବିରୋଧୀ ଓ ଶାସକ ସଦସ୍ୟଙ୍କ ନାରାବାଜି ଯୋଗୁଁ ବାରମ୍ବାର ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ।

ଅନ୍ୟପଟେ ବିଧାନସଭାରେ ଆଜି କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ୨୦୨୪-୨୫ ଆର୍ଥକ ବର୍ଷ ପାଇଁ ଉପସ୍ଥାପିତ ହେବ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର ବିଜେଟ୍ । ଗତ ୩ ତାରିଖ ମନ୍ତ୍ରୀ ପରିଷଦ ବୈଠକରେ ମିଳିଥିଲା ଅନୁମୋଦନ ।