କନକ ବ୍ୟୁରୋ: ବାଲେଶ୍ୱର ବାଣୀଭବନ ଠାରେ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଅନୁଷ୍ଠାନ ଆଇଏମଏସଆର ବିଏସସି ନର୍ସିଂ ଇନଷ୍ଟିଚ୍ୟୁଟ ତରଫରୁ ତୃତୀୟ ବାର୍ଷିକୀ ସ୍ୱାଗତ ସଭା ଅନୁଷ୍ଠିତ ହୋଇଯାଇଛି । ଏହାର କାର୍ୟ୍ୟକାରୀ ନିର୍ଦେଶକ ସ୍ମୃତି ରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ ଓ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଯାଦବେଶ ମିଶ୍ର ଛାତ୍ର ଛାତ୍ରୀଙ୍କ ଆଗାମୀ ଦିନରେ ସେବାକୁ ସଂକଳ୍ପ ଭାବରେ ଗ୍ରହଣ କରିବାକୁ ଉପଦେଶ ଦେଇଥିଲେ । ଆଇନଜ୍ଞ ବିଜୟ ପାଣିଗ୍ରାହୀ ଭବିଷ୍ୟତର ଲକ୍ଷ୍ୟ ରଖି ଆଗେଇଲେ ସଫଳତା ମିଳିବ ବୋଲି କହିଥିଲେ, ।କାର୍ୟ୍ୟକ୍ରମର ମୁଖ୍ୟବକ୍ତା ଶିକ୍ଷାବିତ ସତ୍ୟଜିତ ମିଶ୍ର ସେବାର ବିପରୀତ ଅକ୍ଷର ଯେମିତି ବାସେ ସେମିତି ଆଗାମୀ ଦିନରେ ସେବାକୁ ବ୍ରତଭାବରେ ଗ୍ରହଣ କରିବାକୁ ଉପଦେଶ ଦେଇଥିଲେ, । ଶେଷରେ ଆଜିର କାର୍ୟ୍ୟକ୍ରମର ମୁଖ୍ୟ ଆକର୍ଷଣ ତଥା ମୁଖ୍ୟବକ୍ତା ବିଶିଷ୍ଟ ଡାକ୍ତର ତଥା ସାହିତ୍ୟିକ ଡାକ୍ତର ସିଏସ ନନ୍ଦ ତାଙ୍କର ଚିରାଚରିତ ଭାଷାରେ ଅତି ପ୍ରାଞ୍ଜଳ ଓ ଆକର୍ଷଣୀୟ ଗପ ମାଧ୍ୟମରେ ନର୍ସିଂ ଶିକ୍ଷାର ମୂଳ ଉତ୍ପତି ତଥା ବୈଶିଷ୍ଟ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । ଶେଷରେ ସ୍ମୃତି ରଞ୍ଜନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହାପରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅନୁଷ୍ଠାନର ମୁଖ୍ୟ ସ୍ମୃତି ରଞ୍ଜନ ତଥା ତାଙ୍କ ଅନୁଷ୍ଠାନ ବିଷୟରେ ଅନ୍ୟତମ ସହଯୋଗୀ ତଥା ତାଙ୍କର ବନ୍ଧୁ ମଦନ ମୋହନ ଦାସ ମହାପାତ୍ରଙ୍କ ସହ ଭୁବନେଶ୍ୱର ଭୀମଟାଙ୍ଗୀ ଅଂଚଳରେ ୨୦୦୦ ମସିହାରେ ସାଥିରେ ରହି ଜୀବିକାର ସନ୍ଧାନରେ ସଂଗ୍ରାମ କରୁ କରୁ ଶିକ୍ଷା କ୍ଷେତ୍ରରେ ପ୍ରବେଶ କରିଥିଲେ । କଠିନ ପରିଶ୍ରମ ଓ ଦୃଢ଼ ଇଛା ଶକ୍ତି ବଳରେ ଆଜି ଭୁବନେଶ୍ୱରରୁ ଭଦ୍ରକ ଦେଇ ବାଲେଶ୍ୱର ପର୍ୟ୍ୟନ୍ତ ତାଙ୍କର ଗଢି ଉଠିଥିବା ବିଭିନ୍ନ ଶିକ୍ଷା ଅନୁଷ୍ଠାନ କେବଳ ଯେ ହଜାର ହଜାର ଛାତ୍ରଛାତ୍ରୀଙ୍କର ଜୀବନଜୀବିକାର ଜରିଆ ହୋଇଛି ତା ନୁହଁ, ତା ସହିତ ଏକ ଶିକ୍ଷିତ ସମାଜ ଗଢିବାରେ ସେତୁ ପାଲଟିଛନ୍ତି । ମୁଖ୍ୟବକ୍ତା ନିଜ ବକ୍ତବ୍ୟ ଜରିଆରେ ଜଣାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/WhatsApp-Image-2023-01-11-at-7.04.21-PM.jpeg)