ବରିଷ୍ଠ ନାଗରିକମାନଙ୍କ ଗୋଷ୍ଠୀ “ସଂଯୋଗ”ର ତୃତୀୟ ବାର୍ଷିକ ସମାବେଶ

ବରିଷ୍ଠ ନାଗରିକମାନଙ୍କ ଗୋଷ୍ଠୀ “ସଂଯୋଗ”ର ତୃତୀୟ ବାର୍ଷିକ ସମାବେଶ

ଭୁବନେଶ୍ୱର ସ୍ଥିତ ହ୍ୟୁମାନ ପୋଟେନସିଆଲ ଡେଭଲପମେଂଟ ଟ୍ରଷ୍ଟ ଦ୍ୱାରା ୨୦୨୦ ମସିହା ଅକ୍ଟୋବର ମାସରେ ହ୍ୱାଟସଆପ ମାଧ୍ୟମରେ ଗଠିତ ବରିଷ୍ଠ ନାଗରିକମାନଙ୍କର ଗୋଷ୍ଠୀ“ସଂଯୋଗ”ର ଅକ୍ଟୋବର ୧୫ ତାରିଖ ରବିବାର ଦିନ ୩ୟ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ ସମାରୋହ ସ୍ଥାନୀୟ ଫକୀର ମୋହନ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୭୦ ଜଣ ବରିଷ୍ଠ ନାଗରିକଯୋଗ ଦେଇଥିଲେ ।

ଅନୁଷ୍ଠାନର ସଦସ୍ୟସଦସ୍ୟାମାନଙ୍କ ଦ୍ୱାରା ପ୍ରାୟୋଜିତ ତଥା ଅଭିନୀତ ନାଟକ, ସଙ୍ଗୀତ, ଯୁଗଳବନ୍ଦୀ, ତବଲାବାଦନ ଆଦି କାର୍ଯ୍ୟକ୍ରମମାନ ପ୍ରଫେସର ଶୁଭେନ୍ଦୁକୁମାର ଦାଶଙ୍କ ନିର୍ଦ୍ଦେଶନାରେ ଆୟୋଜିତ ହୋଇଥିଲା । ସମାବେଶ ସକାଳ ଦଶଟାରୁ ଆରମ୍ଭ ହେଇ ଅପରାହ୍ନ ୪ଟାରେ ସରିଥିଲା । ମଧ୍ୟାହ୍ଣଭୋଜନ ପରେ ସମସ୍ତ ଅଂଶଗ୍ରହଣକାରୀ ସଙ୍ଗୀତ ତାଳେ ତାଳେ ବୟସକୁ ଭୁଲି ହର୍ଷ ଓ ଉଲ୍ଲାସ ମଧ୍ୟରେ ନୃତ୍ୟ କରି ମନ ମୋହିଥିଲେ । ମନେ ହେଉଥିଲା ସତେ ଯେପରି ସମସ୍ତେ ପୁଣି ଯୁବ ଅବସ୍ଥାକୁ ଫେରି ଯାଇଛନ୍ତି । ଦିନବ୍ୟାପୀ ଉତ୍ସବକୁ ଡ. ହର ପ୍ରସନ୍ନ ଦାସ, ବାବଜୀ ଚରଣ ବିଶ୍ୱାଳ, ପ୍ରଫେସର ହେମନ୍ତ କୁମାର ଦାସ, ଯସ୍ମିତା ଦାଶ, ମଧୁସ୍ମିତା ଦାସ, ଗୋପାଳ ବିଶୋୟୀ, ବିଜୟଲକ୍ଷ୍ମୀ ପଟ୍ଟନାୟକ ଓ ରାଜକୁମାର ସୂତାର ସଂଯୋଜନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଦସ୍ୟା ତଥା ପ୍ରାକ୍ତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ଓ ମାନବ ଅଧ୍ୟୟନ କେନ୍ଦ୍ରର ପରିଚାଳନା ନିର୍ଦ୍ଦେଶକ କୀର୍ତୀ ଦାସ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ଦୃଶ୍ୟ ଶ୍ରାବ୍ୟ ରେକର୍ଡିଂ ଚଳଚ୍ଚିତ୍ର “ମାଇଁ ସୁଇଟ ହାଉସ ୱାଇଫ୍” ତରଫରୁ ପ୍ରାୟୋଜିତ ହୋଇଥିଲା । ଆଜିର ସମାବେଶ ସମସ୍ତଙ୍କ ମନରେ ଏକ ନୂଆ ଉତ୍ସାହ ଭରି ଦେଇଛି । ବରିଷ୍ଠ ନାଗରିକମାନଙ୍କର ନିଜସ୍ୱ ପ୍ରତିଭାର ଉପଯୁକ୍ତ ବ୍ୟବହାର କରି ସମସ୍ତଙ୍କ ମୁହଁରେ ହସ ଫୁଟାଇବା ହିଁ ସଂଯୋଗର ମୁଖ୍ୟ ଉଦ୍ଦେଶ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe