କନକ ବ୍ୟୁରୋ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୩୯ ହଜାର ୭୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆଜି ଆଉ ୫୩୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ଖୁସିର କଥା ହେଉଛି, ଗୋଟିଏ ଦିନରେ ୩୯ ହଜାର ୯୭୨ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ମଧ୍ୟ ହୋଇଛନ୍ତି । ବର୍ତ୍ତମାନର ତାଜା ସୂଚନା ମୁତାବକ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୧୩ ଲକ୍ଷ ୭୧ ହଜାର ୯୦୧ ରହିଛି । ସୁସ୍ଥ ହୋଇଛନ୍ତି ୩ କୋଟି ୫ଲକ୍ଷ ୪୩ ହଜାର ୧୩୮ ଜଣ । ଦେଶରେ କରୋନାର ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୦ ହଜାର ୫୫୧ ରହିଛି ।
India reports 39,742 new COVID cases, 39,972 recoveries, and 535 deaths in the last 24 hours
Active cases: 4,08,212
Total recoveries: 3,05,43,138
Death toll: 4,20,551Total vaccination: 43,31,50,864 pic.twitter.com/RwEFllVzWw
— ANI (@ANI) July 25, 2021