୩୦ ଜିଲ୍ଲାରୁ ୩୪୪୩ ପଜିଟିଭ ଚିହ୍ନଟ : ସଙ୍ଗରୋଧରୁ ୨୦୧୭ ଓ ସ୍ଥାନୀୟ ଅଞ୍ଚଳରୁ ୧୪୨୬ ; ଖୋର୍ଦ୍ଧାରୁ ସର୍ବାଧିକ ୬୦୧ ଆକ୍ରାନ୍ତ ଚିହ୍ନଟ

୩୦ ଜିଲ୍ଲାରୁ ୩୪୪୩ ପଜିଟିଭ ଚିହ୍ନଟ : ସଙ୍ଗରୋଧରୁ ୨୦୧୭ ଓ ସ୍ଥାନୀୟ ଅଞ୍ଚଳରୁ ୧୪୨୬ ; ଖୋର୍ଦ୍ଧାରୁ ସର୍ବାଧିକ ୬୦୧ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ :  ରାଜ୍ୟରେ କମୁଛି ସଂକ୍ରମଣ । ୨୪ ଘଂଟାରେ ରାଜ୍ୟରେ ୩ ହଜାର ୪୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ୬ ଜିଲ୍ଲାରେ ସଂକ୍ରମଣ ଶହେ ଉପରେ ରହିଛି ।  ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୧୦୦, ବାଲେଶ୍ବରରୁ ୧୫୨, ବରଗଡ଼ରୁ ୧୧୧, ଭଦ୍ରକରୁ ୯୫, ବଲାଙ୍ଗୀରରୁ ୧୧୪, ବୌଦ୍ଧରୁ ୧୦, କଟକରୁ ୩୫୯, ଦେବଗଡ଼ରୁ ୧୩, ଢେଙ୍କାନାଳରୁ ୪୭, ଗଜପତିରୁ ୧୮, ଗଞ୍ଜାମରୁ ୫୪, ଜଗତ୍‌ସିଂହପୁରରୁ ୭୮, ଯାଜପୁରରୁ ୧୩୦, ଝାରସୁଗୁଡ଼ାରୁ ୭୭, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୧୦୩, କେନ୍ଦ୍ରାପଡ଼ାରୁ ୧୦୧, କେନ୍ଦୁଝରରୁ ୯୭, କୋଟାପୁରଟୁ ୫୨, ମାଲକାନଗିରିରୁ ୨୯ ।

ସେହିଭଳି ମୟୂରଭଞ୍ଜରୁ ୧୪୧, ନବରଙ୍ଗପୁରରୁ ୮୯, ନୟାଗଡ଼ରୁ ୮୮, ନୂଆପଡ଼ାରୁ ୮୭, ପୁରୀରୁ ୧୩୨, ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୧୩୧, ସୋନପୁରରୁ ୯୪, ସୁନ୍ଦରଗଡ଼ରୁ ୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଷ୍ଟେଟ୍ ପୁଲରୁ ୧୫୪ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ରାଜ୍ୟରେ ମୋଟ୍ ୧୮,୧୪,୮୧  ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬,୭୪୩ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe