କନକ ବ୍ୟୁରୋ: ଦେଶରେ ଗତ ୨୪ ଘଂଟାରେ ଚିହ୍ନଟ ୩ ହଜାର ୯ ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୌଣସି ୨୪ ଘଂଟା ଭିତରେ ଏହା ହେଉଛି ସର୍ବାଧିକ କରୋନା ଆକ୍ରାନ୍ତ । ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୪୩୩ ରହିଛି । ସେହିପରି ଗତ ୨୪ ଘଂଟାରେ ସର୍ବାଧିକ ୧୯୫ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକି ଦେଶର ଏଯାବତ୍ ଦିନକରେ କରୋନା ଜନିତ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକ ।

Advertisment

ଅନ୍ୟପଟେ କିଛି ରାଜ୍ୟରୁ କୋଭିଡ୍-୧୯କୁ ନେଇ ପୂର୍ବରୁ କୌଣସି ତଥ୍ୟ ଦିଆଯାଉ ନଥିବାରୁ ଏହାକୁ ନେଇ ଅନେକ ସମସ୍ୟା ହେଉଥିଲା । ହେଲେ ଏବେ ସେହି ରାଜ୍ୟ ସବୁ କରୋନା ଭୂତାଣୁରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କେନ୍ଦ୍ରକୁ ରିପୋର୍ଟ କରିବା ପରେ ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ପୂର୍ବପେକ୍ଷା ବେଶ୍ ବଢିଯାଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ।