କନକ ବ୍ୟୁରୋ : ପ୍ରଧାନ ଶିକ୍ଷକ ତାଗିତ କରିବାରୁ ହଷ୍ଟେଲ ଛାଡିଲେ ୩୯ ଅନ୍ତେବାସୀ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ସର୍ବ ପୁରାତନ ସଂସ୍କୃତ ଟୋଲ କବିସୂର୍ଯ୍ୟନଗର ବିଦ୍ୟାପୀଠରୁ ଆସିଛି ଏଭଳି ଖବର। ବିଦ୍ୟାପୀଠର ହଷ୍ଟେଲରେ ରହି ପଢ଼ୁଥିବା ନବମ ଦଶମ ଶ୍ରେଣୀର ମୋଟ ୪୪ ଛାତ୍ରଙ୍କ ମଧ୍ୟରୁ ୪୪ଛାତ୍ର ବୁଧବାର ସକାଳୁ ହଷ୍ଟେଲ ଛାଡ଼ି କୁଆଡେ ଚାଲି ଯାଇଥିବା ଦେଖିବାକୁ ମିଳିଛି । ଗତବର୍ଷ ବିଦ୍ୟାପୀଠଟି ୫ଟିରେ ରୂପାନ୍ତରିତ ହେବାପରେ ଅନ୍ତେବାସୀ ମାନେ ନାରାୟଣପୁର ଶାସନ ନିକଟ ବନ୍ଦ ବିଦ୍ୟାଳୟ କୋଠାରେ ରହୁଥିବା ବେଳେ ସେଠାରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ର ସମସ୍ତ ଶ୍ରେଣୀ ଛାତ୍ରୀ ରାତ୍ରୀ ଜାପାନ ଲାଗି ସୁବିଧା ନହେବା କାରଣରୁ ନବମ ଦଶମ ଶ୍ରେଣୀ ଛାତ୍ର ମାନେ ରୂପାନ୍ତରିତ ନୂତନ କୋଠାରେ ରାତ୍ରୀ ଜାପାନ କରୁଥିଲେ ।
ତେବେ ନୂତନ କୋଠା ଶୌଚାଳୟରେ ଲାଗିଥିବା ଟେପ ଗୁଡିକ ଛାତ୍ର ମାନେ ବାରମ୍ବାର ଭାଙ୍ଗିବା କାରଣରୁ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଗାଳିକରିଥିଲେ l ଏହି କାରଣରୁ ଛାତ୍ର ମାନେ ହଷ୍ଟେଲ ଛାଡିଥିବା କହିଛନ୍ତି ପ୍ରଧାନ ଶିକ୍ଷକ ଓ ହଷ୍ଟେଲ ରେ ରହୁଥିବା ଅନ୍ୟ ଛାତ୍ର। ଅନ୍ୟପଟେ ଏହି ଛାତ୍ର ମାନେ କୁଆଡେ ଯାଇଛନ୍ତି ତାହାର ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାଥିବା ବେଳେ ଏନେଇ କବିସୂର୍ଯ୍ୟନଗର ଥାନାରେ ପ୍ରଧାନ ଶିକ୍ଷକ କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି l
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/Screen-Shot-2024-07-31-at-5.33.49-PM.png)