କରୋନା ଟେଷ୍ଟିଂ ପାଇଁ ବୁଲିବ ମୋବାଇଲ୍ ଭ୍ୟାନ୍ : ରାଜ୍ୟର ବିଭିନ୍ନ ସ୍ଥାନରେ କରାଯିବ ନମୁନା ପରୀକ୍ଷା ; ଆଇଏଲଏସ ନିର୍ଦ୍ଦେଶକ କହିଲେ ଅଗଷ୍ଟ ମାସରୁ ହେବ ଦୈନିକ ୧୫ ହଜାର ଟେଷ୍ଟ

204

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ମୋବାଇଲ ଭ୍ୟାନ ବୁଲାଯାଇ କରାଯିବ କରୋନା ଟେଷ୍ଟିଂ । ଏନେଇ ପ୍ରସ୍ତାବ ରହିଛି । ଗଂଜାମରେ ମୋବାଇଲ ଭ୍ୟାନରେ କରୋନା ଟେଷ୍ଟ କରାଯାଉଛି । ଅଗଷ୍ଟ ମାସରେ ଦୈନିକ ୧୫ ହଜାର ଟେଷ୍ଟିଂ କରାଯିବ । କରୋନାର ସ୍ଥିତି ବର୍ତମାନ ରାଜ୍ୟରେ ଉପରମୁହାଁ ରହିଛି । ଆଗକୁ ବଢିବ କି କମିବ ତାହା କହିବା ଅସମ୍ଭବ । ସେରୋ ସର୍ଭିଲାନ୍ସ ପରେ ଅଗଷ୍ଟ ମାସରୁ ଦୈନିକ ୧୫ ହଜାର ଟେଷ୍ଟ ପାଇଁ ରାଜ୍ୟ ସରକାରଙ୍କୁ ଲେଖାଯାଇଛି । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛି ।