କନକ ବ୍ୟୁରୋ : ୩୮ ବର୍ଷର ପୁରୁଣା ନାସା ଉପଗ୍ରହ ପୃଥିବୀ ଉପରେ ପଡିବ । ଏନେଇ ସତର୍କ ରହିବାକୁ ଚେତାବନୀ । ବହୁ ବର୍ଷ ପୁରୁଣା ଆର୍ଥ ରେଡିଏସନ୍ ବଜେଟ ସାଟେଲାଇଟ ଜାନୁଆରୀ ୮ରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ଓ ପୃଥିବୀ ଉପରେ ଖସିପଡିବା ନେଇ ଅନୁମାନ କରାଯାଉଛି ।
ଏ ନେଇ ନାସା କିଛି ଦିନ ତଳୁ ସଚେତନ କରାଇଥିଲା । ପ୍ରାୟ ଚାରି ଦଶନ୍ଧି ଧରି ମହାକାଶରେ ରହିଆସିଥିବା ଇଆରବିଏସ୍ ପ୍ରତମ ୨୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା । ଏହି ଉପଗ୍ରହର କାମ ଥିଲା ପୃଥିବୀ କିଭଳି ସୂର୍ଯ୍ୟଙ୍କ ଶକ୍ତି ଅବଶୋଷଣ କରୁଛି ଓ କିଭଳି ବିକିରଣ କରୁଛି ତା ଉପରେ ଅନୁଧ୍ୟାନ କରିବା ।
୫ହଜାର ୪ଶହ ପାଉଣ୍ଡ ଓଜନ ବିଶିଷ୍ଟ ଏହି କୃତ୍ରିମ ଉପଗହ ପୃଥିବୀର ବାୟୁମଣ୍ଡଳରେ ପୁନଃପ୍ରବେଶ କରିବ ବୋଲି ପୂର୍ବରୁ ମଧ୍ୟ ଜଣାଯାଇଥିଲା । ଏବେ ଏହା ଉପେର ନିରବଚ୍ଛିନ୍ନ ଭାବେ ନଜର ରଖରାଯାଇଛି । ତେବେ ଏହା କ୍ଷତି କରିବାର ସମ୍ଭାବନା ବହୁତ କମ୍ ବୋଲି ନାସା ବୈଜ୍ଞାନିକମାନେ କହିଛନ୍ତି ।