କରୋନା ରୋଗୀଙ୍କ ପାଇଁ ଘରୋଇ ହସ୍ପିଟାଲରେ ୩୮୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ୪୭ ହଜାର ୫୫ ରୋଗୀଙ୍କୁ କରାଯାଇଛି ଚିକତ୍ସା ।

Advertisment
କରୋନା ରୋଗୀଙ୍କ ପାଇଁ ଘରୋଇ ହସ୍ପିଟାଲରେ ୩୮୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ୪୭ ହଜାର ୫୫ ରୋଗୀଙ୍କୁ କରାଯାଇଛି ଚିକତ୍ସା ।

କନକ ବ୍ୟୁରୋ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ୩୮୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ଏହି ଟଙ୍କାରେ ମୋଟ ୪୭ ହଜାର ୫୫ ଜଣ ରୋଗୀଙ୍କୁ ଚିକତ୍ସା କରାଯାଇଛି । ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ୩୨ଟି ଘରୋଇ ହସପିଟାଲରେ ମୋଟ ୩୮୯ କୋଟି ୫୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ସବୁଠୁ ଅଧିକ ଟଙ୍କା ଦିଆଯାଇଛି ସମ୍ କୋଭିଡ୍ ହସପିଟାଲକୁ । ଏହି ଘରୋଇ ହସପିଟାଲକୁ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ୫୮ କୋଟି ୫୯ ଲକ୍ଷ ଟଙ୍କା ଦିଆଯାଇଛି । ସେହିପରି କିମ୍ସ ହସପିଟାଲକୁ ୪୪ କୋଟି ୧୫ ଲକ୍ଷ ଓ କଟକର ଅଶ୍ୱିନୀ ହସପିଟାଲକୁ ୩୨ କୋଟି ୪୫ ଲକ୍ଷ ଟଙ୍କା ଦିଆଯାଇଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe