କନକ ବ୍ୟୁରୋ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ୩୮୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ଏହି ଟଙ୍କାରେ ମୋଟ ୪୭ ହଜାର ୫୫ ଜଣ ରୋଗୀଙ୍କୁ ଚିକତ୍ସା କରାଯାଇଛି । ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ୩୨ଟି ଘରୋଇ ହସପିଟାଲରେ ମୋଟ ୩୮୯ କୋଟି ୫୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ସବୁଠୁ ଅଧିକ ଟଙ୍କା ଦିଆଯାଇଛି ସମ୍ କୋଭିଡ୍ ହସପିଟାଲକୁ । ଏହି ଘରୋଇ ହସପିଟାଲକୁ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ୫୮ କୋଟି ୫୯ ଲକ୍ଷ ଟଙ୍କା ଦିଆଯାଇଛି । ସେହିପରି କିମ୍ସ ହସପିଟାଲକୁ ୪୪ କୋଟି ୧୫ ଲକ୍ଷ ଓ କଟକର ଅଶ୍ୱିନୀ ହସପିଟାଲକୁ ୩୨ କୋଟି ୪୫ ଲକ୍ଷ ଟଙ୍କା ଦିଆଯାଇଛି ।
କରୋନା ରୋଗୀଙ୍କ ପାଇଁ ଘରୋଇ ହସ୍ପିଟାଲରେ ୩୮୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ୪୭ ହଜାର ୫୫ ରୋଗୀଙ୍କୁ କରାଯାଇଛି ଚିକତ୍ସା ।
/kanak/media/post_attachments/wp-content/uploads/2021/02/COVID.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)