ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୩୮୮ କରୋନା ଆକ୍ରାନ୍ତ, ୮ ହଜାର ଟପିଲା ସୁସ୍ଥ ସଂଖ୍ୟା ।

Advertisment
ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୩୮୮ କରୋନା ଆକ୍ରାନ୍ତ, ୮ ହଜାର ଟପିଲା ସୁସ୍ଥ ସଂଖ୍ୟା ।

କନକ ବ୍ୟୁରୋ : ଆଜି ରାଜ୍ୟରେ ୧୬ଟି ଜିଲ୍ଲାରୁ ୩୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୮ ହଜାର ଟପିଛି । ବର୍ତ୍ତମାନ ସୁଦ୍ଧା ୮୩୬୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ସୁସ୍ଥ ହୋଇଥିବା ୩୮୮ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୧୮୭, ଖୋର୍ଦ୍ଧାରୁ ୩୭, କେନ୍ଦୁଝରରୁ ୩୧, ଯାଜପୁରରୁ ୨୭, କଟକରୁ ୨୬, ନୟାଗଡ଼ରୁ ୧୮, ପୁରୀରୁ ୧୬, ସମ୍ବଲପୁରରୁ ୧୪, ବାଲେଶ୍ୱରରୁ ୧୧, ଅନୁଗୁଳରୁ ୮, କେନ୍ଦ୍ରାପଡ଼ାରୁ ୬, ଗଜପତି ଏବଂ ଝାରସୁଗୁଡାରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବରଗଡ଼, ଭଦ୍ରକ ଏବଂ ଦେଓଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ସୂଚନା ମୁତାବକ, ଆଜି ରାଜ୍ୟରେ ୫୭୦ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬କୁ ବୃଦ୍ଧି ପାଇଥିଲା । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୬, ଯାଜପୁରରୁ ୪୦, ଖୋର୍ଦ୍ଧା ଓ ନୟାଗଡ଼ରୁ ୩୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ, ଝାରସୁଗୁଡ଼ାରୁ ୩୧, ଗଜପତିରୁ ୨୫, ଜଗତସିଂହପୁରରୁ ୧୬, ପୁରୀରୁ ୧୫, କେନ୍ଦୁଝରରୁ ୧୪, ଅନୁଗୁଳ ଓ କୋରାପୁଟରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ, ମୟୂରଭଞ୍ଜରୁ ୧୦, କେନ୍ଦ୍ରାପଡ଼ାରୁ ୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ କରୋନା ଆକ୍ରାନ୍ତ ହୋଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୧ଜଣଙ୍କର ମୃତ୍ୟୁ ଘଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe