ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୩୮୬ ଆକ୍ରାନ୍ତ । ଏହାସହ ୩ ଲକ୍ଷ ୧୯ ହଜାର ୬୯ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା

168

କନକ ବ୍ୟୁରୋ : କରୋନା କାୟା ମଧ୍ୟରେ ଆସିଛି ଭଲ ଖବର । ଆଜି ପୁଣି ରାଜ୍ୟରେ ଆଉ ୩୮୬ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ ମୋଟ ୩ ଲକ୍ଷ ୧୯ ହଜାର ୬୯ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା । ଏହି ସଂଖ୍ୟା କରୋନା ଭୂତାଣୁ ମଧ୍ୟରେ ଲୋକଙ୍କୁ ଆଶ୍ୱସ୍ତି ଦେଇଛି ।

ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ସୁନ୍ଦରଗଡରୁ ୫୭, ଖୋର୍ଦ୍ଧାରୁ ୫୩, ଅନୁଗୁଳ ୨୭, ବଲାଙ୍ଗିର ଓ ମୟୂରଭଞ୍ଜରେ ୨୩ ଜଣ ଲେଖାଏଁ, କଟକ ଓ ନୂଆପଡାରୁ ୧୮ ଜଣ ଲେଖାଏଁ, ବାଲେଶ୍ୱରରୁ ୧୬, ଜଗତସିଂହପୁର ଓ କେନ୍ଦୁଝରରୁ ୧୫ ଜଣ ଲେଖାଏଁ, ପୁରୀରୁ ୧୩, ଯାଜପୁରରୁ ୧୨, ବରଗଡରୁ ୧୧, କୋରାପୁଟରୁ ୧୦, ଭଦ୍ରକ ଓ ଗଞ୍ଜାମରୁ ୯ ଜଣ ଲେଖାଏଁ, ସମ୍ବଲପୁରରୁ ୮ ସୁସ୍ଥ ହୋଇଛନ୍ତି ।

ସେହିପରି କଳାହାଣ୍ଡି, କେନ୍ଦ୍ରାପଡାରୁ ୭ ଜଣ ଲେଖାଏଁ, ଢେଙ୍କାନାଳରୁ ୬, ଝାରସୁଗୁଡା ଓ ନୟାଗଡରୁ ୪ ଜଣ ଲେଖାଏଁ, ବୌଦ୍ଧରୁ ୩ ଜଣ, ଦେବଗଡ, ଗଜପତି ଓ ରାୟଗଡାରୁ ୨ ଜଣ ଲେଖାଏଁ, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର ଓ ସୋନପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।