ଦେଶରେ ଦିନକରେ ୩୮,୦୭୪ ଆକ୍ରାନ୍ତ ଚିହ୍ନଟ, ୪୪୮ ମୃତ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫,୯୧,୭୩୧ କୁ ବୃଦ୍ଧି

Advertisment
ଦେଶର କରୋନା ମିଟର : ଗତ ୨୪ ଘଣ୍ଟାରେ ୩୮,୬୨୮ ନୂଆ କରୋନା ଆକ୍ରାନ୍ତ, ୬୧୭ ମୃତ

କନକ ବ୍ୟୁରୋ : ଆଜି ୪୦,୦୦୦ତଳକୁ ଖସିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୩୮ହଜାର ୦୭୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦ‌ାୟ ୮୫ ଲକ୍ଷ ୯୧ହଜାର ୭୩୧ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଏହା ସହ ଆଜି ମୃତ୍ୟୁ ସଂଖ୍ୟା ୫୦୦ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ ୪୪୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୭ହଜାର ୦୫୯ରେ ପହଞ୍ଚିଛି ।

ଏବେ ସୁଦ୍ଧା କରୋନାରୁ ସମୁଦାୟ ୭୯ଲକ୍ଷ ୫୯ହଜାର ୪୦୬ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪୨ ହଜାର ୦୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସକ୍ରିୟ ଅଛନ୍ତି ୫୦୫୨୬୫ଜଣ। ବର୍ତ୍ତମାନ ସୁଦ୍ଧା ଦେଶରେ ସୁସ୍ଥତା ହାର ୯୨.୬୪ ପ୍ରତିଶତ ଥିବା ବେଳେ ମୃତ୍ୟୁ ହାର ୧.୪୮ପ୍ରତିଶତ ରହିଛି । ସେହିପରି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୯୪ ହଜାର ୪୮୭ ନମୁନା ପରୀକ୍ଷା ହୋଇଥିବା ବେଳେ ଏବେ ସୁଦ୍ଧା ସମୁଦାୟ ୧୧, ୭୭,୩୬, ୭୯୧ନମୁନା ପରୀକ୍ଷା ହୋଇ ସାରିଲାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe