୩ ବର୍ଷ ମଧ୍ୟରେ ହୋଇଛି କେତେ ବିଜୁ ପକ୍କା ଘର? ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ।

352

କନକ ବ୍ୟୁରୋ : : ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ କେତୋଟି ବିଜୁ ପକ୍କା ଘର ହୋଇଛି । ଏବେ ସୁଦ୍ଧା କେତୋଟି ଘର ଆବଣ୍ଟିତ ହୋଇଛି ଓ କେତୋଟି ଘର ସମ୍ପୂର୍ଣ୍ଣ ନିର୍ମାଣ ସରିଛି । ଏ ବାବଦରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଜାଣିବାକୁ ଚାହିଁଥିଲେ । ଆଉ ବିଧାନସଭାରେ ଏହାର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ।

ବିଧାନସଭାରେ ଉତ୍ତର ରଖି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଗତ ୩ ଆର୍ଥିକ ବର୍ଷରେ ଅଥାର୍ତ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ରେ ମୋଟ ୩୩୦୯ ଜଣ ହିତାଧୀକାରୀଙ୍କୁ ବିଜୁ ପକ୍କା ଘର ଆବଣ୍ଟନ ହୋଇଛି । ଆବଣ୍ଟିତ ହୋଇଥିବା ଘର ମଧ୍ୟରୁ ଏଯାବତ ୩୮୦ଟି ଘର ସମ୍ପୂର୍ଣ୍ଣ ନିର୍ମାଣ ସରିଥିବା ବେଳେ ଆଉ ବଳକା ୨୯୨୯ଟି ଘର ଅସମ୍ପୂର୍ଣ୍ଣ ରହିଛି । ଯାହାକୁ ୨୦୨୨-୨୩ ଆର୍ଥିକ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।