ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନାଳକୁ ଖସିଲା ବସ୍ । ୩୮ ଶବ ଉଦ୍ଧାର । ମୃତକଙ୍କ ପରିବାରକୁ ୫ ଲକ୍ଷର ସହାୟତା

ନାଳକୁ ଖସିଲା ବସ୍, ୩୨ ଯାତ୍ରୀ ମୃତ

311

କନକ ବ୍ୟୁରୋ : ମଙ୍ଗଳବାର ସକାଳୁ ମଧ୍ୟପ୍ରଦେଶର ସିଦ୍ଧିରୁ ସତାନା ଯାଉଥିବା ଏକ ଘରୋଇ ବସ୍ ଦୁର୍ଘଟଣାରେ ଶିକାର ହୋଇଛି । ରାସ୍ତାକଡରେ ଥିବା ନାଳକୁ ବସଟି ଓଲଟି ପଡିବାରୁ ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୮ ଜଣଙ୍କର ଜୀବନ ଯାଇଛି । ସୂଚନା ମୁତାବକ ଦୁର୍ଘଟଣା ବେଳେ ବସରେ ୬୦ ଜଣ ଯାତ୍ରୀ ଥିଲେ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ନାଳ ଭିତରୁ ୩୮ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାକୁ ନେଇ ଦୁଖ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଆଜିଥିବା ଗୃହ ପ୍ରବେଶ କାର୍ଯ୍ୟକ୍ରମ ସ୍ଥଗିତ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ ବସଟି ଯେଉଁ ବାଣସାଗର ନାଳକୁ ଖସି ପଡିଛି ତାହା ବହୁତ ଗଭୀର ଅଟେ । ବସ୍ ଓଲଟି ପଡିବାର ଖବର ଆସିବା ପରେ ତୁରନ୍ତ ନାଳ ଭିତରକୁ ଯେଉଁ ବନ୍ଧ ଦେଇ ପାଣି ପ୍ରବେଶ କରୁଥିଲା ତାହାକୁ ବନ୍ଦ କରାଯାଇଛି । ଏହାସହ ସ୍ୱତନ୍ତ୍ର ଉଦ୍ଧାରକାରୀଦଳ, ଏନଡିଆରଏଫଙ୍କ ସମେତ ଘଟଣା ସ୍ଥଳରେ ଜିଲ୍ଲାପାଳ, ଏସପି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିବା ମୁ୍ଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଗୁରୁତର ଅବସ୍ଥାରେ ଉଦ୍ଧାର ହେଉଥିବା ଯାତ୍ରୀଙ୍କ ପାଇଁ ଦୁର୍ଘଟଣା ସ୍ଥଳରେ ଆମ୍ବୁଲାନ୍ସ, ଡାକ୍ତରଙ୍କ ସହ ସମସ୍ତ ସହାୟତାକୁ ଗୁରୁତ୍ୱ ଦିଆଯାଉଛି ।