ଭୁବନେଶ୍ୱର ମହାନଗର ନିଗମରୁ ଆଉ ୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହୋମ କ୍ୱାରେଂଟିନରୁ ୨୫, ୧୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ରହିଛି । ଜୟଦେବ ବିହାରରୁ ୫ ଜଣ,ମଂଚେଶ୍ୱରରୁ ୧୬ ଜଣ, ୟୁନିଟ ୮ ରୁ ୨ ଜଣ, ୟୁନିଟ ୬ ରୁ ଜଣେ ଏବଂ ଅନ୍ୟ ଜଣେ ଭୁବନେଶ୍ୱରରେ ପେଡ଼ କ୍ୱାରେଂଟିନ୍ ସେଂଟରରେ ଥିଲେ ।
ଏମାନେ ମୁମ୍ବାଇ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ ବାଙ୍ଗାଲୁରୁରୁ ଫେରି ସଂଗରୋଧରେ ଥିଲେ । ସ୍ଥାନୀୟ ଆକ୍ରାନ୍ତ ହେଲେ ଶିରିପୁରର ୪ ଜଣ, ଚକେଇସିଆଣୀରୁ ଜଣେ, ଏକ ଘରୋଇ ହସ୍ପିଟାଲର ୬ ଜଣ, ମଂଚେଶ୍ୱରର ଜଣେ ଏବଂ ଭିଏସଏସ ନଗରର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନେଶ୍ୱରରୁ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/06/1-38.jpg)