ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଛେଦ ନେଇ ଆଜି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲାର ହେବ ଶୁଣାଣି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର କରିବେ ଶୁଣାଣି

167

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଧାରା ୩୫-ଏ ଏବଂ କଟକଣା ଲଗାଇବାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ୮ଟି ଜନସ୍ୱାର୍ଥ ମାମଲାର ଆଜି ହେବ ଶୁଣାଣି । ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ, ବାମପନ୍ଥୀ ନେତା ସୀତାରାମ ୟେଚୁରୀ, ତହସିନ୍ ପୁନାୱାଲା, ଶୈଳା ରସଦ୍, ଅନୁରାଧା ବସିନଙ୍କ ସମେତ ୮ଜଣଙ୍କ ପକ୍ଷରୁ ଏନେଇ ଜନସ୍ୱାର୍ଥ ମାମଲା ଦାଏର୍ ହୋଇଛି । ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା ଗୁଲାମନବୀ ଆଜାଦ୍ ଜାମ୍ମୁ-କାଶ୍ମୀର ପୁର୍ନଗଠନ ବିଲ ଏବଂ ଘାଟିରେ କର୍ଫ୍ୟୁ ଲଗାଇବାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଛନ୍ତି ।

13-jammu-terror-attack-latest-610ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇ, ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ ଏବଂ ଜଷ୍ଟିସ୍ ସୈୟଦ ଅବଦୁଲ ନଜିରଙ୍କୁ ନେଇ ଗଠିତ ୩ ଜଣିଆ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏଥିରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଧାରା ୩୫-ଏ ଉଚ୍ଛେଦ ଏବଂ କାଶ୍ମୀର ଘାଟିରେ କର୍ଫ୍ୟୁ ଲଗାଇବା ନେଇ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିବେ ।