କନକ ବ୍ୟୁରୋ : ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀଙ୍କ ବିଭିନ୍ନ ଠିକଣାରୁ ଏପର୍ଯ୍ୟନ୍ତ ନଗଦ ୩୭ଲକ୍ଷ ୨୭ହଜାର ଟଙ୍କା ଜବତ । ଗତକାଲି ତାଙ୍କ ନିକଟରୁ, ଅଫିସ ଚାମ୍ବରରୁ ଓ ଘରୁ ନଗଦ ୭ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ଆଜି, ସକାଳୁ କଟକ ବକ୍ସିବଜାର ସରକାରୀ ବାସଭବନରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ମିଳିଛି । ଏବେବି ଚାଲିଛି ତଲାସି ।
ବିପୁଳ ପରିମାଣର ୫ଶହ ଓ ଶହେ ଟଙ୍କିଆ ନୋଟ ଜବତ କରିଛି ଭିଜିଲାନ୍ସ । ସେହି ନୋଟକୁ ମେସିନ୍ ସହାୟତାରେ ଗଣୁଛନ୍ତି ଅଧିକାରୀ । ସୁଶାନ୍ତଙ୍କୁ ଜୟପୁର ଭିଜିଲାନ୍ସ ଅଫିସରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଗତକାଲି ଏକ ଘରୋଇ ବସରେ କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା, ଓ ବୈପାରୀଗୁଡା ଥାନାରେ ଥିବା ସୁଶାନ୍ତଙ୍କ ଚାମ୍ବରରୁ ଲକ୍ଷେ ୮୦ ହଜାର ଟଙ୍କା ଜବତ ହୋଇଥିଲା । ବୈପାରୀଗୁଡ଼ା ସ୍ଥିତ ଘରୁ ୩ ଲକ୍ଷ ଟଙ୍କା ଜବତ ହୋଇଥିଲା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/WhatsApp-Image-2023-11-28-at-10.13.12-AM.jpeg)