କନକ ବ୍ୟୁରୋ : ରାଜ୍ୟରେ ଖୋଲିଛି ୩୬ଟି ନୂଆ ଥାନା । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ୩୬ଟି ନୂଆ ଥାନା ପ୍ରତିଷ୍ଠା କରାଯାଇଛି । ଅନେକ ବିଧାୟକ ନିଜ ଅଞ୍ଚଳରେ ନୂଆ ଥାନା ପାଇଁ ନିବେଦନ କରିଛନ୍ତି । ଯେଉଁଠି ଅପରାଧିକ ମାମଲା ରହିଛି, ସେଠାରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଥାନା ପରିବର୍ଦ୍ଧିତ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

Advertisment

ଆଜି ବିଧାନସଭାର ପ୍ରଶ୍ନକାଳରେ ନୂଆ ଥାନା ଖୋଲିବା ନେଇ ଉଦବେଗ ପ୍ରକାଶ କରିଥିଲେ ଉଭୟ ଶାସକ ଓ ବିରୋଧୀ ଦଳର ନେତା । ଉଭୟ ଦଳର ନେତା ନିଜ ଅଞ୍ଚଳରେ ନୂଆ ଥାନା ଖୋଲିବା ନେଇ ଗୃହରେ ଦାବି କରିଥିଲେ । ଏହାର ଉତ୍ତରରେ ତୁଷାରକାନ୍ତି ବେହେରା କହିଥିଲେ, ରାଜ୍ୟରେ ବିଭିନ୍ନ ସ୍ଥାନରେ ନୂଆ ଥାନା ଖୋଲିବାକୁ ପ୍ରସ୍ତାଵ ଆସିଛି । ବିଭାଗ ସେ ନେଇ ବିଚାର କରୁଛି । ନୂଆ ଥାନା ନିର୍ମାଣ ପାଇଁ କିଛି ନିୟମାବଳୀ ରହିଛି । ଯେମିତି ମାସକୁ କେତେ କେସ ରେକର୍ଡ ଆସୁଛି ଏବଂ ବର୍ଷ କର ଷ୍ଟାଟିସକାଲ ଡାଟା ନେଇ କି ନୂଆ ଥାନା ପାଇଁ ବିଚାର କରାଯାଏ । ପୂର୍ବରୁ ରାଜ୍ୟରେ ୬୪୩ଟି ଥାନା ଥିବା ବେଳେ ଏବେ ୩୬ଟି ନୂଆ ଥାନା ପ୍ରତିଷ୍ଠା ହୋଇଛି ।