ଖୁସି ଖବର ଦେଲା ଗଞ୍ଜାମ । ପରୀକ୍ଷା ହୋଇଥିବା ସବୁ ନମୂନା ନେଗେଟିଭ । ୩୫୯୭ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ଗୋଟିଏ ବି ଆସିନି ପଜିଟିଭ ।

2,027

କନକ ବ୍ୟୁରୋ: କରୋନାକୁ ନେଇ ଆସିଲା ଭଲ ଖବର । ଧିରେ ଧିରେ ଶୀତ ବଢୁଥିବା ବେଳେ ଶୀତଦିନେ ସଂକ୍ରମଣ ବଢିବା ନେଇ ଯେଉଁ ଭୟ ରହିଥିଲା ସେହି ଭାଇରସର ଭୟ ଭିତରେ ଗଞ୍ଜାମରୁ ଆସି ଭଲ ଖବର । ୨୪ ଘଣ୍ଟାରେ ହୋଇଥିବା ସମସ୍ତ ଆଣ୍ଟିଜେନ ଟେଷ୍ଟରେ ସବୁ ନେଗେଟିଭ ଆସିଛି । କୌଣସି ଗୋଟିଏ ବି ପଜିଟିଭ ଆସିନି । ପରୀକ୍ଷା ହୋଇଥିବା ୩୫୯୭ ନମୂନାରୁ ପ୍ରଥମ ଥର ପାଇଁ ସବୁ ରିପୋର୍ଟ ନେଗେଟିଭ୍ ଆସିଛି ।

ତେବେ ୩୫୯୭ରୁ ୩୫୯୭ ରିପୋର୍ଟ ନେଗେଟିଭ ନେଇ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସଫଳତା ନେଇ କୋଭିଡ୍ ଯୋଦ୍ଧା ଓ ଟିମ୍ ଗଞ୍ଜାମକୁ ଶ୍ରେୟ ଦେଇଛନ୍ତି ଜିଲ୍ଲାପାଳ । ଏଥିସହ କରୋନାକୁ ହରାଇବାକୁ ହେଲେ ନିୟମିତ ହାତ ଧୋଇବା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ ।

ଗତ କିଛିମାସ ତଳେ ଗଞ୍ଜାମ କରୋନାର ଗଡ ସାଜିଥିଲା । ପ୍ରତିଦିନ ହଜାର ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଥିଲେ । ତେବେ ଏବେ ଗଞ୍ଜାମର ସ୍ଥିତି ବଦଳିଛି ଆଜିର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ରହିଛି ।