ଚଳିତ କେନ୍ଦ୍ର ବଜେଟର ବଡ଼ ଘୋଷଣା । କରୋନା ଭ୍ୟାକ୍ସିନ୍ ପାଇଁ ୩୫ ହଜାର କୋଟି ବ୍ୟୟବରାଦ ।

66
କନକ ବ୍ୟୁରୋ : ୨୦୨୧-୨୨ ଚଳିତ ଆର୍ଥିକ ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଛି । ଏହାର ଭିତରେ କେନ୍ଦ୍ର ଅର୍ଥମନ୍ତ୍ରୀ ସ୍ୱାସ୍ଥ୍ୟ ବଜେଟ୍ ଉପରେ ବଡ଼ ଘୋଷଣା କରିଛନ୍ତି । ବିଶେଷ କରି ଭ୍ୟାକ୍ସିନ୍ ପାଇଁ ବଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ଦେଶରେ ୧୫ଟି ହେଲଥ ଏମରଜେନ୍ସି ସେଂଟର ପ୍ରତିଷ୍ଠା ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ତେବେ କୋଭିଡ ଭ୍ୟାକସିନ ପାଇଁ ୩୫ ହଜାର କୋଟି ବ୍ୟବୟବରାଦ କରାଯାଇଥିବାବେଳେ ସ୍ୱାସ୍ଥ୍ୟ ସେବା ପାଇଁ ୨.୨୩ ଲକ୍ଷ କୋଟି ବ୍ୟୟବରାଦ ହୋଇଛି ।
ସବୁଠାରୁ ବଡ଼କଥା ହେଲା, ତେବେ ଗତ ବଜେଟରୁ ୧୩୭% ଅଧିକ ଅର୍ଥ ବରାଦ ହୋଇଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ୬ ବର୍ଷରେ ସ୍ୱାସ୍ଥ୍ୟ ଭିର୍ତ୍ତିଭୂମୀର ବିକାଶ ହେବ । ଏପରିକି ୧୦୦ରୁ ଅଧିକ ଦେଶକୁ ଟିକା ଦିଆଯାଉଛି । ୧୭ ନୂଆ ପବ୍ଲିକ ହେଲଥ ସେଂଟର ଖୋଲିବ ।