କନକ ବ୍ୟୁରୋ : ରାଜ୍ୟରେ ବଢିବାରେ ଲାଗିଛି ବେଆଇନ ଗଞ୍ଜେଇ କାରବାର । ଦିନକରେ ରାଜ୍ୟର ଦୁଇଟି ସ୍ଥାନରୁ ଜବତ ହେଲା ୩୫ କୁଇଣ୍ଟାଲ ଗଞ୍ଜେଇ । ଯାହାର ଆନୁମାନିକ ମୂଲ୍ୟ ସାଢେ ତିନି କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ମାଲକାନାଗିରି ଚିତ୍ରକୋଣ୍ଡା ଅଂଚଳରୁ ୧୫ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଗଜପତି ଜିଲ୍ଲା ଅଡବା ଅଂଚଳରୁ ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ମାଲକାନଗିରିରୁ ହ୍ରାଇଦ୍ରାବାଦ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଚଢାଉ କରି ଚିତ୍ରକୋଣ୍ଡା ପୋଲିସ ଜଣେ ୨୨ ବର୍ଷୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଅଭିୁଯୁକ୍ତ ଜଣକ ହାଇଦ୍ରାବାଦାରୁ ଗଞ୍ଜେଇ ନେବା ପାଇଁ ଚିତ୍ରକୋଣ୍ଡା ରେଖାପାଲି ଗାଁକୁ ଆସିଥିଲା । ଏକ ପିକଅପ୍ ଭ୍ୟାନରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଚିତ୍ରକୋଣ୍ଡା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଥିଲା । ସେହିପରି ଗଜପତିରୁ ଉତର ପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅଡବା ପୋଲିସ ଚଢାଉ କରି ଏକ ଟ୍ରକକୁ ଜବତ କରିବା ସହ ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ଟ୍ରକର ଚାଳକ ଏବଂ ହେଲପରଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ପୋଲିସର ସନ୍ଦେହ ନ ହେବା ପାଇଁ ଟ୍ରକରେ ଗଞ୍ଜେଇ ଉପରେ ଗ୍ରାନାଇଟ୍ ପକାଇ ନେଉଥିଲେ । ପୋଲିସ ଟ୍ରକକୁ ଅଟକାଇ ଯାଂଚ କରିବାକୁ ଗ୍ରାନାଇଟ୍ ତଳୁ ୭୦ ବସ୍ତା ଗଞ୍ଜେଇ ବାହାରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/16-kg-cannabis-seized-in-Khordha-four-arrested.jpg)