କନକ ବ୍ୟୁରୋ : ଉତ୍ତରାଖଣ୍ଡ ତପୋବନ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ସମୟର ଚିତ୍ର ସାମ୍ନାକୁ ଆସିଛି । ଦୀର୍ଘ ପ୍ରାୟ ୩୬ ଘଂଟା ଫସି ରହିବା ପରେ ଶ୍ରମିକ ଉଦ୍ଧାର ପାଇଛନ୍ତି । ରବିବାର ହିମ ସ୍ଖଳନ ପରେ ଏହି ଟନେଲ ସଂପୂର୍ଣ୍ଣ ରୁଦ୍ଧ ହୋଇଯାଇଥିଲା । ଟନେଲକୁ ଅବରୋଧ କରିଥିବା ମାଟି କାଦୁଅକୁ ହଟାଛନ୍ତି ଉଦ୍ଧାରରେ ନିୟୋଜିତ ଯବାନ । ଏହାପରେ ଶ୍ରମିକଙ୍କ ପାଖରେ ପହଂଚିବାକୁ ସମର୍ଥ ହୋଇଛନ୍ତି ।
#WATCH: Indo-Tibetan Border Police personnel rescued people who were trapped in a tunnel in Chamoli on 7th February.
Rescue operation is underway at another tunnel where around 35 people are trapped, as per DGP Uttarakhand.
(Video source: ITBP) pic.twitter.com/x4EexJkjL7
— ANI (@ANI) February 9, 2021
ତେବେ ସଂକୀର୍ଣ୍ଣ ଟନେଲରେ ଅତି ସତର୍କତାର ସହିତ ଉପରେ ଥିବା ରେଲିଂକୁ ଧରି ଧିରେଧିରେ ବାହାରକୁ ବାହାରିଛନ୍ତି ଶ୍ରମିକ । ଟନେଲ ଭିତରେ ଆଲୋକ ନଥିବାବେଳେ ଟର୍ଚ୍ଚ ଲାଇଟ ପକାଇ ବାଟ ଦେଖାଇଥିଲେ ଉଦ୍ଧାରକାରୀ ଦଳ । ଆଉ ଶେଷରେ ଟନେଲର ଏକ ସଂକୀର୍ଣ୍ଣ ରାସ୍ତା ଦେଇ ପଦାକୁ ବାହାରିବା ପାଇଁ ସମର୍ଥ ହୋଇଛନ୍ତି ଫସିରହିଥିବା ଶ୍ରମିକ । ଏହି ଚିତ୍ର ସାମ୍ନାକୁ ଆସିବା ପରେ ମୃତ୍ୟୁର ଏହି ଟନେଲ ଭିତରେ କେମିତି ଥିଲା ଶ୍ରମିକଙ୍କ ଅବସ୍ଥା ତାହା ଧିରେଧିରେ ଜଣାପଡୁଛି ।
#WATCH: Rescue operations underway at the tunnel in Chamoli, Uttarakhand where around 35 people are feared to be trapped.
(Video Source: Indian Army) pic.twitter.com/Mwj31NDoUR
— ANI (@ANI) February 9, 2021
ସେପଟେ ଉତରାଖଣ୍ଡ ଚମୋଲି ଜିଲ୍ଲାରୁ ଆଉ ୨ଟି ମୃତଦେହ ଉଦ୍ଧାର ହୋଇଛି । ରେଣୀ ଗାଁ ନିକଟରୁ ମିଳିଛି ଏହି ମୃତଦେହ । ଫଳରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୮ରେ ପହଂଚିଛି । ଅନ୍ୟ ନିଖୋଜ ଶ୍ରମିକମାନଙ୍କ ଅନୁସନ୍ଧାନ ଜାରି ରହିଛି । ପ୍ରଥମ ଟନେଲର ୧୨୦ ମିଟର ଭିତରେ ପହଂଚି ସାରିଛନ୍ତି ଉଦ୍ଧାରକାରୀ ଦଳ । ଆଇଟିବିପି, ସେନା, ଏନଡିଆରଏଫ ଓ ଏସଡିଆରଏଫର ମିଳିତ ଟିମ୍ ତପୋବନ ଟନେଲରେ ପହଂଚିବାକୁ ସମର୍ଥ ହୋଇଛି ।
#WATCH I Uttarakhand: A joint team of ITBP, Army, NDRF and SDRF enters into the Tapovan tunnel to check the water level inside the tunnel ahead of the point till where the debris has been cleared.
(Video Source: ITBP) pic.twitter.com/D53UNKp0iI
— ANI (@ANI) February 9, 2021
ହେଲେ ଦ୍ୱିତୀୟ ଟନେଲରୁ, ଅବରୋଧ ହଟାଇ ଶ୍ରମିକମାନଙ୍କ ପାଖରେ ପହଂଚିବା ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ରବିବାର ଭୟାନକ ହିମସ୍ଖଳନକୁ ୩୬ ଘଂଟାରୁ ବି ଅଧିକ ସମୟ ବିତିଗଲାଣି । ତେଣୁ ମାଟିତଳେ କିମ୍ବା ସୁଡଙ୍ଗ ଭିତରେ ଫସିରହିଥିବା ଶ୍ରମିକ ମାନଙ୍କ ଅବସ୍ଥିତିକୁ ନେଇ ସନ୍ଦେହ ବଢିବାରେ ଲାଗିଛି ।