କରୋନା ଆସିଲା ଅଟାକଳରୁ… ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲେ ମଞ୍ଚେଶ୍ୱର ସୁପରସ୍ପ୍ରେଡର । ପୁଣି ଅଟାକଳର ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ୩୫ ଜଣ ଆକ୍ରାନ୍ତ । ଅଟାକଳ ଲିଙ୍କରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ଛୁଇଁଲାଣି

1,334

କନକ ବ୍ୟୁରୋ: କରୋନା ଆଣିଲା ଅଟାକଳ । ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲେ ମଂଚେଶ୍ୱରର ସୁପରସ୍ପ୍ରେଡର  । ମଂଚେଶ୍ୱରର ଏକ ଅଟାକଳର କାମ କରୁଥିବା ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ଆଜି ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହି ଅଟାକଳର ୨୬ ଜଣ କର୍ମଚାରୀ ଚିହ୍ନଟ ହୋଇଥିଲେ । ଏଯାଏଁ ସେହି ଅଟାକଳରୁ ୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି ।

ସେପଟେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଗୋଟିଏ ଦିନରେ ସର୍ବାଧିକ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୩ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି ।  ସେହିପରି ଗତକାଲି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬୯ରେ ପହଁଚିଛି । ସେହିପରି ୮୧ ଜଣ ସୁସ୍ଥ ହୋଇଛନ୍ତି । ମୋଟରେ ୮୦୫ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୫୧ ଜଣ ସକ୍ରିୟ ଅଛନ୍ତି ।