ମହଙ୍ଗା ପଡ଼ିଲା ଜଙ୍ଗଲ କାଟି ଘର କରିବା : ୩୫ ଜଣଙ୍କୁ ବାନ୍ଧିଲା ରେଢ଼ାଖୋଲ ବନବିଭାଗ

ଟାଲ ସଂରକ୍ଷିତ ଜଙ୍ଗଲରେ ଗଛ କାଟି ଚାଷ ଓ ଘର ନିର୍ମାଣ କରିଥିଲେ ଅନୁପ୍ରବେଶକାରୀ

142

କନକ ବ୍ୟୁରୋ : ଜଲଙ୍ଗରୁ ଗଛକାଟିବା ପଡିଲା ମହଙ୍ଗା । ଗଛକାଟି ବନ୍ଧା ହେଲେ ୩୫ ଜଣ । ଝାରଖଣ୍ଡରୁ ଆସିଥିବା କିଛି ଅନୁପ୍ରବେଶକାରୀ ସମ୍ବଲପୁର ରେଢ଼ାଖୋଲ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଶହ ଶହ ଏକର ଜଙ୍ଗଲ କାଟି ଚାଷ ଜମି ଓ ଘର ନିର୍ମାଣ କରିଛନ୍ତି । ଏହା ସାମନାକୁ ଆସିବା ପରେ ରେଢ଼ାଖୋଲ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ଚଢ଼ାଉ ସମୟରେ ଅନୁପ୍ରବେଶକାରୀମାନେ ଜଙ୍ଗଲ ପଦା କରୁଥିବା ସ୍ପଷ୍ଟ ହେବାରୁ ୩୫ଜଣଙ୍କୁ ଗିରଫ କରିଛି ବନବିଭାଗ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଥିବା ସୂଚନା ଦେଇଛନ୍ତି ଏସିଏଫ୍ । ରେଢ଼ାଖୋଲ ବନଖଣ୍ଡର ୫ଟି ରେଞ୍ଜର ଶତାଧିକ ବନବିଭାଗ କର୍ମଚାରୀ ଚଢ଼ାଉରେ ସାମିଲ କରାଯାଉଥିଲା ।