ଦୁନିଆର ସବୁଠାରୁ ଲମ୍ବା ସୁଡଙ୍ଗ ଠାବ ! ପାଣି ଭିତରେ ରହିଛି ୩୪୭ କିଲୋମିଟର ଲମ୍ବା ସୁଡଙ୍ଗ , ଖୋଲିବ ମାୟା ସଭ୍ୟତାର ରହସ୍ୟ

69

ମେକ୍ସିକୋରେ ଦୁନିଆର ସବୁଠାରୁ ଲମ୍ବା ସୁଡଙ୍ଗକୁ ଠାବ କରାଯାଇଛି । ଏହି ଲମ୍ବା ସୁଡଙ୍ଗଟି ପାଣି ଭିତରେ ରହିଛି । କିଛି ସମୁଦ୍ରବୁଡାଳୀ ଏହି ଲମ୍ବା ସୁଡଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି । ଏହି ସୁଡଙ୍ଗର ଲମ୍ବା ୩୪୭ କିଲୋମିଟର ରହିଥିବା ବେଳେ ଏହା ୧୨ ହଜାର ବର୍ଷ ପୁରୁଣା ସୁଡଙ୍ଗ ବୋଲି ଅନୁମାନ କରାଯାଉଛି । ତେବେ ସୁବଠାରୁ ବଡ କଥା ହେଲା ଏହି ସୁଡଙ୍ଗ ମଧ୍ୟରୁ କିଛି କବର ମଧ୍ୟ ମିଳିଛି । ଯେଉଁ କବରରେ ମଣିଷର ଅସ୍ଥିକୁ ସୁରକ୍ଷିତ ଭାବେ ରକ୍ଷା ଯାଇଛି । ତେଣୁ ଏଠାରେ ପୂର୍ବରୁ ମନୁଷ୍ୟ ରହୁଥିଲେ ବୋଲି ଅନୁମାନ କରାଯାଉଛି ।

Mexico_Worlds_Biggest_Flooded_Cave_Found_GAM_Mos_1ଏହି ସୁଡଙ୍ଗ ଠାବ ହେବା ଦ୍ୱାରା ମାୟା ସଭ୍ୟତା ବିଷୟରେ ଅଧିକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି କିଛି ବିଶେଷଜ୍ଞ କହିଛନ୍ତି । ଦକ୍ଷିଣ ପୂର୍ବ ମେକ୍ସିକୋ ସ୍ଥିତ ୟୁକାଟେନ ଦ୍ୱୀପରେ ଗ୍ରେନ ଏକ୍ୟୁଫେରୀ ମାୟା ପକ୍ଷରୁ ସୁଡଙ୍ଗ ଖୋଜିବା ପାଇଁ ଅଭିଯାନ ଚାଲିଥିଲା । ଶେଷରେ ଏହି ରହସ୍ୟମୟୀ ଲମ୍ବା ସୁଡଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି ଗ୍ରେନ ଏକ୍ୟୁଫେରୀ ମାୟାର ସଦସ୍ୟ ।

ଠାବ ହୋଇଥିବା ବିଶ୍ୱର ଏହି ଲମ୍ବା ସୁଡଙ୍ଗର ନାଁ ସେକ ଏକଟନ ଦିଆଯାଇଛି । ଏଠାରେ ଅନେକ ଜଳମଗ୍ନ ସୁଡଙ୍ଗ ଠାବ କରାଯାଇଛି । ପ୍ରଥମେ ଏହି ସୁଡଙ୍ଗଟି ୨୬୩ କିଲୋମିଟର ବୋଲି କୁହାଯାଉଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଏହା ୩୪୭ କିଲୋମିଟରର ସୁଡଙ୍ଗ ବୋଲି ଜଣା ପଡିଛି । ଠାବ ହୋଇଥିବା ସୁଡଙ୍ଗ ମାୟା ସଭ୍ୟତାର ରହସ୍ୟ ଖୋଲିବ ବୋଲି ଜେଏଏମର ନିର୍ଦ୍ଦେଶକ ଗୁଲେରମୋ ଡି ଏଣ୍ଡା କହିଛନ୍ତି । ଏପରିକି ଏହି ସୁଡଙ୍ଗରୁ ଅନେକ ଅସ୍ଥି ମିଳିଥିବାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି । ଏପରିକି ମାୟା ସଭ୍ୟତା ସମୟର ପୁରୁଣା ବାସନକୁସନ ମଧ୍ୟ ମିଳିଛି । ତେଣୁ ସୁଡଙ୍ଗ ହିଁ ମାୟା ସଭ୍ୟତାର ରହସ୍ୟ ଖୋଲିବ ବୋଲି ଚର୍ଚ୍ଚା ହେଉଛି ।