କନକ ବ୍ୟୁରୋ : ଟିମଇଣ୍ଡିଆ କ୍ରିକେଟର ରୋହିତ ଶର୍ମା ଖେଳୁଛନ୍ତି କାହା ପାଇଁ । ଦେଶ ପାଇଁ ନାଁ ଘରୋଇ କ୍ଲବ ପାଇଁ । ଆଘାତ ସମସ୍ୟା କାରଣରୁ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡିଛନ୍ତି ରୋହିତ ଶର୍ମା । ଚୟନକର୍ତା ତାଙ୍କୁ ଏହି ଆଘାତ ସମସ୍ୟା କାରଣରୁ ଅଷ୍ଟ୍ରଲିଆ ଗସ୍ତରୁ ବାଦ୍ ଦେଇଛନ୍ତି ।

Advertisment

publive-image

ଗତକାଲି ସନରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷରେ ରୋହିତ ଶର୍ମା ମ୍ୟାଚ୍ ଖେଳିବାକୁ ପଡିଆକୁ ଓହ୍ଲାଇବା ପରେ, ଏହାକୁ ନେଇ ଉଠିଛି ପ୍ରଶ୍ନ । ଯଦି ରୋହିତ ଶର୍ମା ଆହତ ଅଛନ୍ତି, ତେବେ ଆଇପିଏଲ ଖେଳୁଛନ୍ତି କିପରି । ଯଦି ଫିଟ୍ ଅଛନ୍ତି, ତେବେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ଦିଆଗଲା ନାହିଁ କାହିଁକି । ଅସୁସ୍ଥତା ବାହାନାରେ ତାଙ୍କୁ ବିଦେଶ ଗସ୍ତରୁ ବାଦ୍ ଦିଆଯାଇଥିବା ନେଇ ପୂର୍ବତନ କ୍ରିକେଟର ମତ ରଖୁଛନ୍ତି ।

publive-image

ଦେଶ ପାଇଁ ଖେଳିବା ସବୁଠାରୁ ବଡ, ନା କ୍ଲବ ପାଇଁ ଖେଳିବା ସବୁଠାରୁ ବଡ । ଏନେଇ ବିସିସିଆଇ ଧ୍ୟାନ ଦେବାକୁ ଦାବି କରିଛନ୍ତି ପୂର୍ବତନ କ୍ରିକେଟର ଦିଲ୍ଲୀପ ଭେଙ୍କସର୍କାର । ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଚୂଡାନ୍ତ ହେବାର ଦିନକ ପୂର୍ବରୁ ରୋହିତ ଶର୍ମାଙ୍କୁ ଫିଜିଓ ଅନଫିଟ୍ ଘୋଷଣା କରିଥିଲେ । ଏହା ପରେ ତାଙ୍କୁ ବିଦେଶ ଗସ୍ତ ପାଇଁ ଦଳରେ ସ୍ଥାନ ଦିଆଯାଇନଥିବା ସ୍ପଷ୍ଟ କରିଥିଲା ବିସିସିଆଇ ।