ଦେଶର କରୋନା ମିଟର । ୨୪ ଘଣ୍ଟାରେ ୩ ହଜାର ୪୫୧ କରୋନା ଆକ୍ରାନ୍ତ ଚିହ୍ନଟ, ୪୦ ମୃତ

114

କନକ ବ୍ୟୁରୋ : ଦେଶରେ ୨୪ ଘଣ୍ଟାରେ ୩ ହଜାର ୪୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଶନିବାର ଅପେକ୍ଷା ୯ ପ୍ରତିଶତ କମ୍ ସଂକ୍ରମିତ ଚିହ୍ନଟ ହେବା ଆଶ୍ୱସ୍ତିର କଥା । ରବିବାରର ସଂକ୍ରମଣକୁ ମିଶାଇ ଦେଶରେ ଆଜି ପର୍ଯ୍ୟନ୍ତ ୩ଟି ଲହରକୁ ମିଶାଇ ମୋଟ୍ ୪ କୋଟି ୩୧ ଲକ୍ଷ ୨ ହଜାର ୧୯୪ କରୋନା ଆକ୍ରାନ୍ତ ହେଲେଣି । ସେହିପରି ୨୪ ଘଂଟାରେ ୪୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି ।

ଏଥିସହ ଦେଶରେ କରୋନାରେ ମୋଟ୍ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୧୪ ହଜାର ୬୪ରେ ପହଞ୍ଚିଛି । ୨୪ ଘଣ୍ଟାରେ ମୃତ୍ୟୁ ହୋଇଥିବା ୪୦ ଜଣଙ୍କ ମଧ୍ୟରୁ କେବଳ କେରଳରୁ ୩୫ ଜଣ ଅଛନ୍ତି । କିନ୍ତୁ କରୋନାରୁ ସୁସ୍ଥହାର ମଧ୍ୟ ଭଲ ରହିଛି । ଏବେ ଏହା ୮୬ ଦଶମିକ ୭୪ ପ୍ରତିଶତ ରହିଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସକ୍ରିୟ ଆକ୍ରାନ୍ତଙ୍କ ହାର ୦ ଦଶମିକ ୦୫ ପ୍ରତିଶତ ରହିଥିବାବେଳେ ଦୈନିକ ସଂକ୍ରମଣ ହାର ମଧ୍ୟ ମାତ୍ର ୦ ଦଶମିକ ୭୮ ପ୍ରତିଶତ ରହିଛି ।