କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଆଜି ୩୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୯୮ ଜଣ ଥିବା ବେଳେ ଅନ୍ୟ ୨୪୪ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଭୁବନେଶ୍ୱରର ସଂଗରୋଧରୁ ଚିହ୍ନଟ ସମସ୍ତ ୯୮ ଜଣ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ହୋଇଥିବା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏଥିରେ କଳିଙ୍ଗ ନଗରରୁ ୪ ଜଣ, ୟୁନିଟ-୩ରୁ ୩ ଜଣ, ବେହେରା ସାହିରୁ ୩ ଜଣ କରୋନା ଆକ୍ରାନ୍ତ ଅଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 15th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/SGhRZtsNt2— BMC (@bmcbbsr) September 15, 2020
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୧୬ ହଜାର ୯୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୨ ହଜାର ୨୮୮ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୫୬୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ୬୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଆଇଆରସି ଭିଲେଜ ଅଂଚଳ, ୟୁନିଟ-୯ରୁ ସର୍ବାଧିକ ୯-୯ ଜଣ, ଡୁମଡୁମାରୁ ୭ ଜଣ, ରସୁଲଗଡ଼, ଶୈଳଶ୍ରୀ ବିହାର, ବରମୁଣ୍ଡା, ୟୁନିଟ-୬ରୁ ୬ ଜଣ ଲେଖାଏଁ, ବମିଖାଲରୁ ୫ ଜଣ, ମଂଚେଶ୍ୱର, ପଳାଶୁଣୀ, ପଟିଆ, ବିଜେବି ନଗର, ନୟାପଲ୍ଲୀରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଆଜି ଭୁବନେଶ୍ୱରରୁ ସୁସ୍ଥ ହୋଇଥିବା ୩୮୭ ଆକ୍ରାନ୍ତଙ୍କ ତାଲିକାରେ ସହିଦନଗରରୁ ୨୦ ଜଣ ନୟାପଲ୍ଲୀରୁ ୧୮ ଜଣ, ପଟିଆ ବିଗବଜାର ଅଂଚଳରୁ ୧୩ ଜଣ, ୟୁନିଟ-୯ରୁ ୧୦ ଜଣ, ବିଡିଏ କଲୋନି, ୟୁନିଟ-୪ରୁ ୯-୯ ଜଣ ଅଛନ୍ତି । ସେହିପରି ୟୁନିଟ-୨ ଓ ୟୁନିଟ-୩ ସରକାରୀ କ୍ୱାର୍ଟସରୁ ୭ ଜଣ, ସତ୍ୟ ବିହାରରୁ ୭ ଜଣ, ବରମୁଣ୍ଡା ଗାଁରୁ ୬ ଜଣ, ସୈନିକ ସ୍କୁଲରୁ ୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।