ତୃତୀୟ ପର୍ଯ୍ୟାୟରେ ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୪ % ମତଦାନ । କେନ୍ଦୁଝରରେ ସର୍ବାଧିକ ୩୫ %, ଭୁବନେଶ୍ୱରରେ ସର୍ବନିମ୍ନ ୨୦ % ମତଦାନ ।

89

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ଭୋଟିଂ ଜାରି ରହିଥିବା ବେଳେ ଦିନ ୧ ଟା ସୁଦ୍ଧା ୩୪ ପ୍ରତିଶତ ମତଦାନ ହୋଇଛି । ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ତେବେ ଦିନ ୧ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ମତଦାନ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସର୍ବନିମ୍ନ ଭୋଟ୍ ଗ୍ରହଣ ହୋଇଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦିନ ୧ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୩୫ ପ୍ରତିଶତ ମତଦାନ ହୋଇଛି । ସେହିପରି ପୁରୀ, କଟକ ଏବଂ ଢେଙ୍କାନାଳରେ ୩୩ ପ୍ରତିଶତ ମତଦାନ ହୋଇଛି । ସେପଟେ ସମ୍ବଲପୁରରେ ୩୦ ପ୍ରତିଶତ ମତଦାନ ହୋଇଥିବା ବେଳେ ରାଜଧାନୀ ଭୁନେଶ୍ୱରରେ ସର୍ବନିମ୍ନ ୨୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।