ଆଶିକ୍ ପଟେଲ ପ୍ରଥମେ ୪୦ ଲକ୍ଷ ଟଙ୍କାର ଫର୍ଚ୍ୟୁନ ଗାଡି କିଣିଥିଲେ । ଏହାପରେ ତାଙ୍କର ଲକ୍କି ନମ୍ବର ୦୦୭ ପାଇଁ ଖଚ୍ଚ କରିଦେଲେ ୩୪ ଲକ୍ଷ ଟଙ୍କା

154

କନକ ବ୍ୟୁରୋ : ଆପଣ ମାନେ ଯେତେବେଳେ ଲକ୍ଷ ଲକ୍ଷ ଟଙ୍କାର ଗାଡି କିଣୁଛନ୍ତି ସେତେବେଳେ ତାହାର ଅର୍ଥାତ ଗାଡିର ନମ୍ବର ବିନା ମୂଲ୍ୟରେ ଆପଣ ଆରଟିଓ ରୁ ପାଇଥା’ନ୍ତି । ହେଲେ କିଛି ଲୋକ କିଛି ନିର୍ଦ୍ଦିଷ୍ଟ ସଂଖ୍ୟାର ଗାଡି ନମ୍ବର ପାଇବାକୁ ଚାହିଁଥା’ନ୍ତି ହେଲେ ତାହା ସବୁବେଳେ ସମ୍ଭବ ହୋଇପାରେ ନାହିଁ ।
ଆଜି ଆମେ ଅପାଣଙ୍କୁ ଏମିତି କିଛି ଖବର ଜଣାଇବାକୁ ଯାଉଛୁ ତାହା ଆପଣଙ୍କୁ ଅବିଶ୍ୱାସ ଲାଗିପାରେ କିନ୍ତୁ ଘଟଣାଟି ସତ । ଗୁଜୁରାଟର ଜଣେ ବ୍ୟବସାୟୀ ୪୦ ଲକ୍ଷ ଟଙ୍କାର ଗାଡି ପାଇଁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାର ନମ୍ବର କିଣିବାକୁ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।
ଦୁନିଆରେ ସୌଖିନ୍ ଗାଡିର ଅଭାବ ନାହିଁ । ଏନେଇ ସବୁଠାରୁ ଆଗରେ ରହିଛନ୍ତି ଦୁବାଇ ଓ ସାଉଦିଆରବର ଲୋକମାନେ । ସେଠାରେ ଧନିକ ଶ୍ରେଣୀର ଲୋକମାନେ ପ୍ରଥମେ ଦାମି ଓ ସୌଖିନ ଗାଡି କିଣିବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି । ହେଲେ ଏଥର ଜଣେ ଭାରତୀୟ ବେପାରୀଙ୍କ ଠାରେ ଗାଡି ବଦଳରେ ଗାଡିର ନମ୍ବରକୁ ନେଇ ଅଜବ ସଉକ୍ ଦେଖିବାକୁ ମିଳିଛି । ଗୁଜୁରାଟର ଆଶିକ୍ ପଟେଲ ନାମକ ଜଣେ ବେପାରୀ ତାଙ୍କ ପସନ୍ଦର ଭିଆଇପି ନମ୍ବର ପାଇବାକୁ ପାଖା ପାଖି ଗାଡିର ଦାମ ଖର୍ଚ୍ଚ କରିଦେଇଛନ୍ତି ।
ବେଳେ ବେଳେ କିଛି ଲୋକଙ୍କର ପସନ୍ଦ ମୁତାବକ ଗାଡି ନମ୍ବର ପାଇବାକୁ ସବୁକିଛି କରିପାରନ୍ତି । ଏହିଭଳି କାରନାମା କରିଛନ୍ତି ଗୁରଜରାଟର ବ୍ୟବସାୟୀ ଆଶିକ୍ ପଟେଲ । ପଟେଲ ପ୍ରଥମେ ୪୦ ଲକ୍ଷ ଟଙ୍କାର ଏକ ଫର୍ଚ୍ୟୁନ ଗାଡି କିଣିଥିଲେ । ଏହାପରେ ସେ ଶୁଭ ମାନୁଥିବା ୦୦୭ ଭିଆଇପି ନମ୍ବର ପାଇବାକୁ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି । କାର ବ୍ଲଗ ଇଣ୍ଡିଆର ରିପୋର୍ଟ ମୁତାବକ ଆଶିକ୍ ପଟେଲ ୦୦୭ ନମ୍ବର ପାଇବାକୁ ଇଚ୍ଛା କରିଥିଲେ । ପଟେଲଙ୍କ ବିଶ୍ୱାସ ଯେ ଏହି ନମ୍ବଟି ତାଙ୍କ ପାଇଁ ଶୁଭ ଓ ଏହି ନମ୍ବର ତାଙ୍କ ଜୀବନକୁ ଆଗକୁ ବଢାଇନେବାରେ ସହାୟତା କରିବ ।
ଅନ୍ୟପଟେ ଭାରତୀୟ ଆରଟିଓ ମୁତାବକ ଆପଣଙ୍କୁ ଭିଆଇପି ନମ୍ବର ପାଇବାକୁ ହେଲେ ନିଲାମ ପ୍ରକ୍ରିୟାରେ ସାମିଲ ହେବାକୁ ପଡିଥାଏ । ଏହି କ୍ରମରେ ଯିଏ ଅଧିକ ଟଙ୍କା ଦେବ ତାହାକୁ ସେହି ନମ୍ବର ମିଳିବ ।
ଆଶିକ୍ ପଟେଲ ଚାହୁଁଥିବା ନମ୍ବରର ଡାକ ପ୍ରଥମେ ୨୫ ହଜାରରୁ ଆରମ୍ଭ ହୋଇଥିଲା । ହେଲେ ଏହା ଦିନ ସରିବା ବେଳେକୁ ୨୫ ଲକ୍ଷ ପର୍ଯ୍ୟନ୍ତ ପହଂଚିଯାଇଥିଲା । ନିଲାମି ଶେଷ ହେବାକୁ ୭ ମିନିଟ୍ ବାକି ଥିବା ବେଳେ ଆଶିକ୍ ଏହି ନମ୍ବର ପାଇଁ ୩୪ ଲକ୍ଷ ଟଙ୍କା ଡାକ ଦେଇ ନମ୍ବରକୁ ନିଜ ନାମରେ କରିନେଇଥିଲେ । ଏଠାରେ ଲକ୍ଷ ରଖନ୍ତୁ କି ପଟେଲ କିଣିଥିବା ଗାଡିର ଦାମ ଓ ନମ୍ବର ର ମୂଲ୍ୟର ବ୍ୟବଧାନ ମାତ୍ର ୬ ଲକ୍ଷ ଥିଲା ।