ମାଓବାଦୀଙ୍କ ମୃତ୍ୟୁ ସାଜି ଆସୁଛନ୍ତି ମହିଳା କମାଣ୍ଡୋ । ଘଞ୍ଚ ଜଙ୍ଗଲରେ ଖୋଜି ଖୋଜି ନକ୍ସଲଙ୍କୁ କରିବେ ନିପାତ । ମାଟି ମାଆର ସୁରକ୍ଷା ପାଇଁ ସିଏଆରପିଏଫରେ ସାମିଲ ହେଲା ନାରୀଶକ୍ତି ।
କନକ ବ୍ୟୁରୋ: ନକ୍ସଲଙ୍କୁ ମିଳିବନି ନିସ୍ତାର, ଆସୁଛନ୍ତି ସିଆରପିଏଫର ନାରୀଶକ୍ତି । ବଣ ପାହାଡ ଘେରା ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କୁ ଖୋଜି ଖୋଜି ନିପାତ କରିବେ ଲେଡି କମାଣ୍ଡୋ । ମାଓବାଦୀଙ୍କ ପାଇଁ କାଳ ସାଜି ଆସୁଛନ୍ତି କୋବ୍ରା ଫୋର୍ସ । ମୁହଁରେ ମାଟି ମାଆର ରଙ୍ଗ, ମୁଣ୍ଡରେ କଳା କପଡା ଆଉ ହାତରେ ଘାତକ ହତିଆର ଧରି, ଶତ ସିଂହର ବଳ ନେଇ ଏବେ ଜଙ୍ଗଲୀ ଦସ୍ୟୁଙ୍କ ସହ ଯୁଦ୍ଧ କରିବେ ଲେଡି କମାଣ୍ଡୋ ଆଉ ଶତ୍ରୁଙ୍କ ପାଇଁ ସାଜିବେ ସିଂହବାହିନୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେ ପାଣି ହେଉ କି ନିଆଁ, ଖରା ହେଉ ବି ବର୍ଷା, ସବୁପରିସ୍ଥିତିରେ ସଜାଗ ରହି ମାଓବାଦୀଙ୍କୁ ମାରିବେ ସିଆରପିଏଫର ଆଣ୍ଟି ନକ୍ସଲ କୋବ୍ରା ୱିଙ୍ଗସ । ମାଓବାଦୀ ମୁକାବିଲା ପାଇଁ ପୂର୍ବରୁ କୋବ୍ରା ବାଟାଲିୟନ ମୁତୟନ ଥିବାବେଳେ ଏବେ ପ୍ରଥମ ଥର ପାଇଁ କୋବ୍ରା ଗ୍ୟାଙ୍ଗରେ ସାମିଲ ହୋଇଛନ୍ତି ମହିଳା । ଗୁରୁଗ୍ରାମର ଏକ ସେନା ଟ୍ରେନିଂ ସେଣ୍ଟରରେ ଏହି ମହିଳାମାନଙ୍କ ପ୍ରଶିକ୍ଷଣ ଶେଷ ହେବା ପରେ ଏମାନଙ୍କୁ ମାଓ ଇଲାକାରେ ମୁତୟନ କରାଯିବ । ଓଡିଶା, ଛତିଶଗଡ ସୀମାନ୍ତବର୍ତ୍ତୀ ଇଲାକାରେ ନକ୍ସଲଙ୍କ ନିଦ ହଜାଇବାକୁ ଏମାନଙ୍କୁ କରାଯିବ ମୁତୟନ ।
ତେବେ ୩୪ ଜଣ ମହିଳାଙ୍କୁ ବର୍ତ୍ତମାନ କୋବ୍ରା ୟୁନିଟରେ ସାମିଲ କରାଯାଇଥିବା ବେଳେ ଆଗାମୀ ଦିନରେ ୧୦୦ ଜଣଙ୍କୁ ସାମିଲ କରାଯିବ । ତିନି ମାସ ଯାଏଁ ୩୪ ଲେଡି କମାଣ୍ଡୋଙ୍କୁ କଠୋର ଟ୍ରେନିଂ ଦିଆଯିବ । ଗୁଳିଚାଳନା, ଅସ୍ତ୍ରଶସ୍ତ୍ର ବାବହାର, ଅପରେସନର ରଣକୌଶଳ, ଶତ୍ରୁ ଶିବିରର ସନ୍ଧାନ, ବୋମା ନିଷ୍କ୍ରିୟ କଳା, ଅପରେସନ ବେଳେ କେମିତି ନଖାଇ ନପିଇ ଜଙ୍ଗଲରେ ନକ୍ସଲଙ୍କ ପ୍ରତି ଜବାବ ଦେଇହେବ ସେ ବାବଦରେ ଦିଆଯିବ ଟ୍ରେନିଂ ।
କୋବ୍ରା ବାହିନୀଙ୍କୁ ଏମିତି କଳାକୌଶଳ ମାଲୁମ, ଯେତେ ଘଞ୍ଚ ଜଙ୍ଗଲ ହୋଇଥିଲେ ବି ଏମିତି ଆକ୍ରମଣ କରନ୍ତି ମାଓବାଦୀ ତାର ପତ୍ତଅନ୍ତା ପାଆନ୍ତି ନାହିଁ । ଆଉ ଏବେ ମାଓବାଦୀଙ୍କ ଦମନ ପାଇଁ କାଳ ସାଜି ଆସୁଛନ୍ତି ଲେଡି କମାଣ୍ଡୋ ।