କନକ ବ୍ୟୁରୋ : କରୋନାକୁ ହରାଇଲେ କରୋନା ଯୋଦ୍ଧା । ସୁନ୍ଦରଗଡରେ ସୁସ୍ଥ ହେଲେ ୩୪ ଜଣ କରୋନା ସଂକ୍ରମିତ ପୁଲିସ କର୍ମଚାରୀ । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ । ଗତକାଲି ସମସ୍ତ ୩୪କରୋନା ଯୋଦ୍ଧାଙ୍କୁ  ସୁନ୍ଦରଗଡ ଏନଟିପିସି କୋଭିଡ କେୟାର ସେଂଟରରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମୟରେ ସୁନ୍ଦରଗଡ ଉପଜିଲ୍ଲାପାଳ, ସଦର ବିଡିଓ କରୋନା ଯୋଦ୍ଧାଙ୍କୁ ପୁଲ ଓ ଚକଲେଟ ଦେଇ ବିଦାୟ ଦେଇଥିଲେ । ସୁନ୍ଦରଗଡରେ ଦୁଇଜଣ ଡିଏସପି, ଜଣେ ଇନସ୍ପେଟରଙ୍କ ସମେତ ୪୧ଜଣ ପୁଲିସ କର୍ମଚାରୀ ପଜିଟିଭ ବାହାରିଛନ୍ତି ।