କନକ ବ୍ୟୁରୋ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଗତ ଗୁରୁବାର ଦିନ କରୋନାର ନୂଆ ମାମଲା ସାମ୍ନାକୁ ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ୨୦ହଜାର ଅତିକ୍ରମ କରିଛି। ସେହିପରି ଗତ ଚାରି ଦିନ ମଧ୍ୟରେ ବିଭିନ୍ନ ଡାକ୍ତରଖାନାରେ ମୋଟ ୩୩୮ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥିସହିତ ରାଜ୍ୟ ଗୃହମନ୍ତ୍ରୀ ଦିଲୀପ ପାଟିଲଙ୍କ ଚାରିଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏନେଇ ରାଜ୍ୟ ରେସିଡେଣ୍ଟ ଡକ୍ଟର ଆସୋସିଏସନ୍ ପକ୍ଷରୁ ଏହାର ସଭାପତି ଡ. ଅବିନାଶ ଦହିଫାଳେ ସୂଚନା ଦେଇଛନ୍ତି ।
ମହାରାଷ୍ଟ୍ରରେ କରୋନା ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଗତ ୨୪ ଘଣ୍ଟା ମଧ୍ୟରେ କେବଳ ମୁମ୍ବାଇରେ ୨୦,୧୮୧ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହିତ ୪ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୧,୧୪,୮୪୭ ରହିଛି । ମୁମ୍ୱାଇ ସହରରେ ବର୍ତ୍ତମାନ ୭୯,୨୬୦ଟି କରୋନା ସକ୍ରିୟ ମାମଲା ରହିଛି ।
ସେହିପରି ଗତକାଲି ୧୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୮୯୦୭ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତକାଲି ୭୯ଟି ନୂଆ ଓମିକ୍ରନ ମାମଲା ସାମ୍ନାକୁ ଆସିଥିଲା । ଫଳରେ ମୋଟ ଓମିକ୍ରନ ମାମଲା ୮୭୬ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ସୁସ୍ଥ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/coronavirus_who_660_010320080026_291220082447.jpg)