କନକ ବ୍ୟୁରୋ: ପିଲା ଏବଂ ଯୁବକଙ୍କୁ କ୍ଷତି ପହଞ୍ଚାଇ ମେଟା ରୋଜଗାର କରୁଛି ଅର୍ଥ । ଫେସବୁକ, ଇନଷ୍ଟାଗ୍ରାମ କମ୍ପାନୀର ମୂଳ କମ୍ପାନୀ ହେଉଛି ଏହି ମେଟା । ଆମେରିକାର ମୋଟ୍ ୩୩ଟି ରାଜ୍ୟ ମେଟା ବିରୋଧରେ ଏଭଳି ଏକ ଅଭିଯୋଗ ଆଣି ମାମଲା ଦାୟର କରିଛନ୍ତି । ଫେସବୁକ ଏବଂ ଇନଷ୍ଟାଗ୍ରାମ ଏଭଳି କିଛି ଫିଚର ଆଣିଛନ୍ତି ଯାହା ଆଜିର ଯୁବପିଢି ଏବଂ ଛୋଟ ପିଲାଙ୍କୁ ବାଟବଣା କରୁଛି ବୋଲି ଅଭିଯୋଗ ରହିଛି ।

Advertisment

- ଅଭିଭାବକଙ୍କ ବିନା ପରାମର୍ଶରେ ମେଟା ଛୋଟ ପିଲାଙ୍କ ତଥ୍ୟ ସଂଗ୍ରହ କରୁଛି
- ୧୩ ବର୍ଷରୁ କମ୍ ବୟସର ପିଲାଙ୍କ ତଥ୍ୟ ସଂଗ୍ରହ କରିବା ସଂଘୀୟ ଆଇନର ଉଲ୍ଲଂଘନ
- ଛୋଟ ପିଲା, ଯୁବପିଢିଙ୍କୁ ଦେଖି ଫିଚର ତିଆରି କରୁଛି ମେଟା
- ଆର୍ଥିକ ରୋଜଗାରକୁ ଦେଖି କଂପାନୀ ଡିଜାଇନ କରୁଛି ଫିଚର
- ନିଜର ଆର୍ଥିକ ଲାଭ ପାଇଁ ଜନସାଧାରଣଙ୍କୁ ବିଭ୍ରାନ୍ତି କରୁଛି ମେଟା
- ନ୍ୟୁୟର୍କର ଆଟର୍ଣ୍ଣି ଜେନାରାଲ ଲେଟିଟିଆ ଜେମ୍ସ ବିବୃତ୍ତିରେ କହିଛନ୍ତି
- ‘ଶିଶୁ ଓ କିଶୋରଙ୍କ ରେକର୍ଡ ସ୍ତରରେ ମାନସିକ ସ୍ଥିତି ଖରାପ ହେଉଛି’
- ‘ଫେସବୁକ ଏବଂ ଇନଷ୍ଟାଗ୍ରାମର ଫିଚର ଉପରେ ପ୍ରଶ୍ନ ଉଠିଛି’
- ‘ଫିଚର ଗୁଡିକ ଆର୍ଥିକ ଲାଭକୁ ଦେଖି ତିଆରି ହୋଇଛି’
- ‘ନିଜର ଆତ୍ମସମ୍ମାନ ଅପେକ୍ଷା ‘ଫିଚର’ ଉପରେ ଗୁରୁତ୍ୱ ଦେଉଛନ୍ତି ପିଲାମାନେ’
- ଇନଷ୍ଟାଗ୍ରାମ ପାଇଁ ୧୩.୫% କିଶୋରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତି
- ୧୭% କିଶୋରୀଙ୍କ ମଧ୍ୟରେ ଖାଦ୍ୟ ଖାଇବାରେ ବିଶୃଙ୍ଖଳା ଦେଖାଦେଇଛି
- ୱାଲଷ୍ଟ୍ରିଟ ଜର୍ଣ୍ଣାଲ ଏବଂ ଅନ୍ୟ ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ।