ପଞ୍ଜାବ ସରକାରଙ୍କ ଐତିହାସିକ ପଦକ୍ଷେପ । ସରକାରୀ ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କୁ ମିଳିବ ୩୩ ପ୍ରତିଶତ ସଂରକ୍ଷଣ

ସରକାରୀ ନିଯୁକ୍ତିରେ ମହିଳାଙ୍କୁ ୩୩ ପ୍ରତିଶତ

165

କନକ ବ୍ୟୁରୋ : ପଞ୍ଜାବର କଂଗ୍ରେସ ସରକାର ସରକାରୀ ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ ନିସ୍ପତ୍ତି କରିଛନ୍ତି । ଏବେ ରାଜ୍ୟରେ ସରକାରୀ ନିଯୁକ୍ତି କ୍ଷେତ୍ରତେର ୩୩ ପ୍ରତିଶତ ସଂରକ୍ଷଣ ମିଳିବ । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମିରିନ୍ଦର ସିଂ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

 ସେ କହିଛନ୍ତି କି ପଞ୍ଜାବର ମହିଳାଙ୍କ ପାଇଁ ଏହା ଏକ ଐତିହାସିକ ଦିନ । ମନ୍ତ୍ରୀ ପରିଷଦ ସରକାରୀ ନିଯୁକ୍ତିରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ମଞ୍ଜୁର କରିଛନ୍ତି । ଏହି ନିସ୍ପତ୍ତି ବୁଧବାରା ଦିନ କ୍ୟାବିନେଟ୍ ବୈଠକରେ ପାରିତ ହୋଇଛି ।

ଏହା ସହ ଏହି କ୍ୟାବିନେଟ୍ ବୈଠକରେ ସିବିଲ ସେବା ନିୟମ ୨୦୨୦ କୁ ମଞ୍ଜୁରୀ ମିଳିଛି । ଯାହାଦ୍ୱାରା ପଦବୀରେ ସିଧା ନିଯୁକ୍ତି ପାଇଁ ମହିଳାଙ୍କୁ ଆରକ୍ଷଣ ଦିଆଯାଇପାରିବ । ଅଦାଲତରେ ମାମଲା ଗୁଡିକ କିଭଳି ଭାବେ ଠିକ୍ ସମୟରେ ବିଚାର ହୋଇ ରାୟ ଆସିପାରିବ ସେନେଇ ପଞ୍ଜାବ ସିଭିଲ ସଚିବାଳୟ ନିୟମ ୧୯୭୬ ର ପରିବର୍ତ୍ତନ କରି କ୍ଲର୍କ (ଆଇନଗତ) କ୍ୟାଡର ଗଠନ ପାଇଁ ସଫଳ ନିଯୁକ୍ତିକୁ ମଧ୍ୟ କ୍ୟାବିନେଟ୍ ରେ ଅନୁମୋଦନ କରାଯାଇଛି । ଏହା ସହ କ୍ୟାବିନେଟରେ ରାଜ୍ୟ ନିଯୂୁକ୍ତି ଯୋଜନା ୨୦୨୦-୨୨ କୁ ମଧ୍ୟ ଅନୁମୋଦନ ମିଳିଛି । ଯାହା ଦ୍ୱାରା ରାଜ୍ୟରେ ୨୦୨୨ ସୁଦ୍ଧା ସରକାରୀ ବିଭାଗରେ ଖାଲି ପଡିଥିବା ପଦବୀରେ ଦୃତ ନିଯୁକ୍ତି କରାଯିବ । ଅମିରନ୍ଦର ସିଂ ମଧ୍ୟ ୨୦୨୧-୨୨ ସୁଦ୍ଧା ପର୍ଯ୍ୟାୟକ୍ରମେ  ୧ ଲକ୍ଷ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଛନ୍ତି ।

ସରକାର ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରିବାକୁ ବି ନିଷ୍ପତ୍ତି ନେଇଛନ୍ତି । ଏହି ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବ । ଏଥିରେ କେନ୍ଦ୍ରସରକାରଙ୍କ କୃଷି ଆଇନକୁ ଦୃଷ୍ଟିରେ ରଖି ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରିଛନ୍ତି ।

କହିରଖୁ କି କେନ୍ଦ୍ରସରକାରଙ୍କ ନୂତନ କୃଷିଆଇନକୁ ବିରୋଧ କରି ପ୍ରଥମେ ଅକାଳୀଦଳ ଏନଡିଏର ହାତ ଛାଡିଥିଲା । ଏହା ପରେ କଂଗ୍ରେସ ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।