କଂଗ୍ରେସ ଜିଲ୍ଲା ସଭାପତି ନିଯୁକ୍ତ । ୩୩ ଜଣ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଇଛି କଂଗ୍ରେସ ।

କଂଗ୍ରେସ ଜିଲ୍ଲା ସଭାପତି ନିଯୁକ୍ତ । ୩୩ ଜଣ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ଦେଇଛି କଂଗ୍ରେସ ।

କନକ ବ୍ୟୁରୋ : କଂଗ୍ରେସର ଜିଲ୍ଲା ସଭାପତି ନିଯୁକ୍ତ । ଉପନିର୍ବାଚନ ପୂର୍ବରୁ କଂଗ୍ରେସ ତା’ର ସଂଗଠନକୁ ମଜଭୁତ୍ କରିବାକୁ ଚେଷ୍ଟା କରିଛି । ନୂଆ ରାଜ୍ୟ ପ୍ରଭାରୀ ଚେଲା କୁମାର ଓଡିଶା ଗସ୍ତରେ ଆସିଯିବା ପରେ ଏବେ କଂଗ୍ରେସ କଂଗ୍ରେସ ତରଫରୁ ୩୩ ସାଂଗଠନିକ ଜିଲ୍ଲା ପାଇଁ ଜିଲ୍ଲା ସଭାପତି ନିଯୁକ୍ତ କରାଯାଇଛି । ଗଞ୍ଜାମ ପାଇଁ ରମେଶ ଜେନା , ଖୋର୍ଦ୍ଦା ପାଇଁ ସୁରେଶ ରାଉତ ରାୟ, ରାଉରକେଲା ଜର୍ଜ ତିର୍କୀ, ଢେଙ୍କାନାଳ ସରୋଜ ପଟ୍ଟନାୟକ, କେନ୍ଦ୍ରାପଡା ଅଂଶୁମାନ ମହାନ୍ତି, ଭୁବନେଶ୍ୱର ବିଶ୍ୱଜିତ୍ ଦାସ, ବାଲେଶ୍ୱର ସଞ୍ଜୀବ ଗିରି, କୋରାପୁଟ୍ ମୀନାକ୍ଷୀ ବାହିନୀପତି ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ।

ସେହିପରି ଅନୁଗୁଳରୁ ବିପ୍ଲବ ଜେନା, ବଲାଙ୍ଗିରିରୁ ଦିଲ୍ଲୀପ ବେହେରା, ବରଗଡରୁ ନିହାର ମହାନନ୍ଦ, ଭଦ୍ରକରୁ ସୁବ୍ରତ ଦାସ, ବୌଦ୍ଧରୁ ନବକିଶୋର ମିଶ୍ର, କଟକରୁ ମାନସ ଚୌଧୁରୀ, କଟକ ଟାଉନରୁ ଗିରିବାଳା ବେହେରା, ଦେବଗଡରୁ ଉମାଶଙ୍କର ସାହୁ, ଗଜପତିରୁ ଦଶରଥୀ ଗମାଙ୍ଗ, ଜଗତସିଂହପୁରରୁ ନଟବର ବାରିକ, ଯାଜପୁରରୁ ମନୋଜ ରାଉତ ।

ଝାରସୁଗୁଡାରୁ ଭରତ ଅୱସ୍ତି, କନ୍ଧମାଳରୁ ଅନାମ ନାୟକ, କୋନ୍ଦୁଝରରୁ ବିପ୍ଲବ ମିଶ୍ର, ମୟୂରଭଞ୍ଜରୁ ହେମନ୍ତ ଦାସ, ମାଲକାନଗିରିରୁ ଗୋବିନ୍ଦ ପାତ୍ର, ନବରଙ୍ଗପୁରରୁ ମନୋରଞ୍ଜନ ତ୍ରିପାଠୀ, ନୟାଗଡରୁ ରଣଜିତ ଦାସ, ନୂଆପଡାରୁ ଘାସିରାମ ମାଝି, ପୁରୀରୁ ଅଜିତ ମଙ୍ଗରାଜ, ରାୟଗଡାରୁ ଦୁର୍ଗା ପ୍ରସାଦ ପଣ୍ଡା, ସମ୍ବଲପୁରରୁ ଅଶ୍ୱିନୀ ଗୁରୁ, ସୋନପୁରରୁ ଗୌରୀଶ୍ୟାମ ପଣ୍ଡା, ସୁନ୍ଦରଗଡରୁ ବେଣୁଧର ତ୍ରିପାଠୀ, କଳାହାଣ୍ଡିରୁ ଭରତ ଭୂଷଣ ବେମାଲଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe